ବନ୍ଧୁକ ମୁନରେ ଲୁଟି ନେଲେ ୬୦ ହଜାର ଟଙ୍କା, ପୁଣି ଭୁଜାଲିରେ କଲେ ଆକ୍ରମଣ

Published By : Prameya-News7 Bureau | October 22, 2020 IST

ଢ଼େଙ୍କାନାଳ୨୨/୧୦: ଦିନ ଦ୍ବିପହରେ ଲୁଟ୍‌। ପିସ୍ତଲ ଦେଖାଇବା ସହ ଭୁଜାଲିରେ ଆକ୍ରମଣ କରି ଲୁଟି ନେଲେ ୬୦ ହଜାର ଟଙ୍କା, ମୋଟର ସାଇକେଲ ଏବଂ ମୋବାଇଲ ଫୋନ୍। ଢେଙ୍କାନାଳ ଗଁନ୍ଦିଆ ଥାନା ଜୋରନ୍ଦା ଫାଣ୍ଡି ଅନ୍ତର୍ଗତ ରାଧାଦେଇପୁର ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁସାରେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଦିନ ଦିପହରେ ଲୁଟି ନେଇଛନ୍ତି।  ଏ ନେଇ  ଲୁଟ୍‌ର ଶିକାର ହୋଇଥିବା ରାଧାଦେଇପୁର ଗାଁର ଅକ୍ଷୟ ବେହେରା ଜୋରନ୍ଦା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ତାଙ୍କ ଠାରୁ ୬୦ ହଜାର ଟଙ୍କା ,ବାଇକ ଓ ମୋବାଇଲ ଲୁଟି ନେଇଯାଇଛନ୍ତି। ପରବର୍ତ୍ତୀ ସମୟରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟ ପରେ ଦୁର୍ବୃତ୍ତମାନେ ପୁରୁଣା ବାଇକ ଛାଡି ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତମାନଙ୍କ ଆକ୍ରମଣରେ ଅକ୍ଷୟ ସାମାନ୍ୟ ଆହତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.