ଏସ୍‌ଟିଏଫ୍ କବ୍‌ଜାରେ ଦୁଇ ବନ୍ଧୁକ ବେପାରୀ, ଚାଲିଛି ଖୋଳତାଡ଼

Published By : Prameya-News7 Bureau | July 18, 2021 IST

ଭୁବନେଶ୍ୱର ୧୮।୦୭:  ଏସଟିଏଫ  କବଜାରେ ଦୁଇ ବନ୍ଧୁକ ବେପାରୀ । ଜଙ୍କିଆରୁ ବନ୍ଧୁକ ବେପାରୀଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୧୦ ଟି ବନ୍ଧୁକ , ୮ ଟି ଜୀବନ୍ତ ଗୁଳି , ଖାଲି  କାଟ୍ରିଜ ଓ ମୋଟରସାଇକେଲ ଜବତ ହୋଇଛି । ଖୋର୍ଦ୍ଧା ଜଙ୍କିଆରୁ ଦୁଇ ବେରୀ  ବୁଟୁ ଓରଫ ବସନ୍ତ ମହାରଣା ଓ  ଜଗନ୍ ଓରଫ କୃଷ୍ଣଚନ୍ଦ୍ର  ଶ୍ରୀଚନ୍ଦନକୁ ଗିରଫ କରାଯାଇଛି ।

ଖବର ଅନୁଯାୟୀ, ଏସଟିଏଫ ଟିମ ବିଶେଷ ସୂତ୍ରରୁ ଖବର ପାଇ ଜଙ୍କିଆରେ ଚଢାଉ କରିଥିଲା । ଏହି ଚଢାଉରେ ଦୁଇ ଜଣ ବେପାରୀ ବନ୍ଧୁକ ବିକ୍ରି କରିବାକୁ ଆସିଥିବାବେଳେ ଏମାନଙ୍କୁ କାବୁ କରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ୧୦ ଟି ବନ୍ଧୁକ , ୮ ଟି ଜୀବନ୍ତ ଗୁଳି , ଖାଲି କାଟ୍ରିଜ ଓ ମୋଟରସାଇକେଲ ଜବତ ହୋଇଛି । ଉଭୟଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଏହି ରାକେଟର ଚେର କେତେ ବାଟ ଲମ୍ବିଛି , ସେନେଇ ଖୋଲତାଡ଼ କରୁଛି ଏସଟିଏଫ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.