ରାଜଧାନୀରୁ ଚୋରା ବନ୍ଧୁକ ଜବତ, ବେପାରୀ ଗିରଫ !

Published By : Prameya-News7 Bureau | September 22, 2021 IST

ଭୁବନେଶ୍ବର ୨୨।୦୯: ଆସୁଛି ପୂଜା । ତାପୂର୍ବରୁ ଆକ୍ସନରେ ପୋଲିସ । ଏହିକ୍ରମରେ ଆଜି ରାଜଧାନୀରୁ ଏକ ଚୋରା ବନ୍ଧୁକ ଜବତ କରିଛି ପୋଲିସ । ଭୁବନେଶ୍ୱର ଉପକଣ୍ଠ ଭରତପୁର ଅଞ୍ଚଳରୁ ବନ୍ଧୁକ ଜବତ କରିଛି ଭରତପୁର ଥାନା ପୋଲିସ । ଘଟଣାରେ ଜଣେ ବନ୍ଧୁକ ବେପାରୀଙ୍କୁ ଗିରଫ ମଧ୍ୟ କରିଛି ପୋଲିସ ।

ଖବର ଅନୁଯାୟୀ, ଚୋରା ବନ୍ଧୁକ କାରବାର ନେଇ ପୋଲିସ ପାଖରେ ଗୁପ୍ତ ସୂଚନା ମିଳିଥିଲା । ପୋଲିସ ଏହି ସୂଚନା ଆଧାରରେ ଆଜି ଭରତପୁର ଅଞ୍ଚଳରେ ଚଢାଉ କରିଥିଲା । ଏହି ଚଢାଉରେ ପୋଲିସକୁ ଏକ ଚୋରା ବନ୍ଧୁକ ମିଳିଛି । ଏହାସହିତ ଜଣେ ବନ୍ଧୁକ ବେପାରୀଙ୍କୁ ମଧ୍ୟ ଗିରଫ କରିଛି ଭରତପୁର ଥାନା ପୋଲିସ । ଗିରଫ ବେପାରୀ ନିକଟରୁ ଗୋଟିଏ ଚୋରା ବନ୍ଧୁକ ସହ ୨ ରାଉଣ୍ଡ ଗୁଳି ଜବତ ହୋଇଛି । ତେବେ ଗିରଫ ବ୍ୟକ୍ତି ଜଣଙ୍କ କଣ ପାଇଁ ବନ୍ଧୁକ ରଖିଥିଲା ଏବଂ  କେଉଁଠୁ ଆଣିଥିଲା । ସେନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.