Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବନ୍ଧୁକ ତିଆରି କାରାଖାନା ଠାବ, ଏକାଧିକ ରାଇଫଲ- ପିସ୍ତଲ- ରିଭଲଭର ଏବଂ ଅନ୍ୟାନ୍ୟ ଯନ୍ତ୍ରାଂଶ ଜବତ

22/09/2021 at 7:31 AM

ରାୟଗଡ଼ା ୨୨।୦୯: ଗୁଣୁପୁରରେ ପୋଲିସକୁ ବଡ ସଫଳତା। ବନ୍ଧୁକ ତିଆରି କାରାଖାନା ଉପରେ ଚଢାଉ କରି ବିପୁଳ ପରିମାଣର ବନ୍ଧୁକ ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଘଟଣାରେ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଉକୁମ୍ୱା ଅଞ୍ଚଳରେ ରାସ୍ତା କାର୍ଯ୍ୟରେ ନିୟୋଜିତ ଦଶପଲା ଅଞ୍ଚଳର ଦେବ ଦୁର୍ଲଭଙ୍କଠାରୁ ପ୍ରଥମେ ବନ୍ଧୁକ ପାଇଥିଲା ପୋଲିସ। ପରେ ପୋଲିସ ତାଙ୍କ ଘରେ ଚଢାଉ କରି ଗୋଟିଏ ଦେଶୀ ବନ୍ଧୁକ, ୩ଟି ଗୁଳି, ୫ଟି ଛୋଟ ଆଇରନ ଚିପ୍ସ, ଗୋଟିଏ ବଡ ଛୁରି ଜବତ କରିଥିଲା । ଦେବ ଦୁର୍ଲଭଙ୍କୁ ଗିରଫ କରି ଅଧିକା ପଚରାଉଚରା କରିବା ପରେ ପୋଲିସ ବନ୍ଧୁକ କାରଖାନାର ସନ୍ଧାନ ପାଇଥିଲା । ଗୁଣପୁର ପୋଲିସ ଚକାପାଦ ଅଞ୍ଚଳରେ ଥିବା ତ୍ରିନାଥ ଏବଂ ଭାବଗ୍ରାହିଙ୍କ ଘରେ ଚଢାଉ କରିଥିଲେ ।

ଚଢାଉ ସମୟରେ ପୋଲିସ ସେଠାରେ ବନ୍ଧୁକ ତିଆରି ହେଉଥିବା ଏବଂ ଅନ୍ୟ ମାନଙ୍କୁ ବିକ୍ରୟ ହେଉଥିବା ଜାଣିବାକୁ ପାଇଥିଲା । ଶେଷରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨ଟି ରାଇଫଲ,ଗୋଟିଏ ପିସ୍ତଲ ଏବଂ ରିଭଲଭର ସହ ବନ୍ଧୁକ ତିଆରି ସାମଗ୍ରୀ, ଯନ୍ତ୍ରପାତି ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ ଦଶପଲା ଅଞ୍ଚଳର ଦେବଦୁର୍ଲଭ ମହାପାତ୍ର, କନ୍ଧମାଳ ଜିଲ୍ଲା ଚକାପାଦ ଗାଁର ତ୍ରିନାଥ ବିନ୍ଧାଣି ଏବଂ ଭାବଗ୍ରାହୀ ବିନ୍ଧାଣି ।ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଆଇଆଇସି ଯଶବନ୍ତ ହିଆଲ ସୂଚନା ଦେଇଛନ୍ତି ।

   Related Posts