ବନ୍ଧୁକ ଦେଖାଇ ୭ ଲକ୍ଷ ଟଙ୍କା ଲୁଟ୍‌, ପୋଲିସ୍ ଆରମ୍ଭ କଲା ଛାନ୍‌ଭିନ୍‌

Published By : Prameya-News7 Bureau | October 05, 2020 IST

ଜଟଣୀ୫/୧୦: ବନ୍ଧୁକ ମୁନରେ ଲୁଟି ନେଲେ ୭ ଲକ୍ଷ ଟଙ୍କା ଦୁର୍ବୃତ୍ତମାନେ। ଜଟଣୀ ମ୍ୟୁନିସିପାଲିଟି ଛକରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, ଘରୋଇ ଅର୍ଥ ଲଗାଣ ସଂସ୍ଥାର କର୍ମଚାରୀଙ୍କ ଠାରୁ ୭ ଲକ୍ଷ ଟଙ୍କା ଲୁଟି ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ଦିନ ଦିପହରେ ବାଇକ୍‌ରେ ୩ ଜଣ ଦୁର୍ବୃତ୍ତ ଆସି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍ କରିଥିଲେ। ଲୁଟ୍ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଏ ନେଇ ସ୍ଥାନୀୟ ଥାନାରେ ମନୋରଞ୍ଜନ ପଟ୍ଟନାୟକ ଏତଲା ଦେଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା, ରାଜଧାନୀ ଉପକଣ୍ଠରେ ଦିନକୁ ଦିନ ଅରାଧିକ ମାମଲା ବୃଦ୍ଧି ପାଉଛି। ଗତକାଲି ରାଜଧାନୀ ଉପକଣ୍ଠ ସାମାନ୍ତରାୟପୁର ଛକରେ ଜଣେ ଦୃର୍ବୃତ୍ତ ଦିନ ଦିପହରେ ଗୋଡ଼େଇ ଗୋଡ଼େଇ ରାସ୍ତା ମଝିରେ ହାଣିଲା। ଘଟଣାସ୍ଥଳରେ ମିଠା ଦୋକାନୀ ପ୍ରଭାକର ସାହୁଙ୍କ ମୃତ୍ୟୁ ହୋଇଥିଲା। ରାତି ପାହିଲେ ଛକ ଛକରେ କମିଶନରେଟ୍ ପୋଲିସ୍ ମେଳି ବାନ୍ଧି ବୁଲୁଛନ୍ତି, ହେଲେ ଦିନ ଦିପହରେ ଅପରାଧି ଅପରାଧ କରି ଫେରାର ହୋଇଯାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.