Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର

28/02/2021 at 11:18 AM

ବନ୍ଧୁଗାଁ,୨୮/୦୨:  କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଜିଲ୍ଲା ପ୍ରଶାସନ ହାତରୁ ଖସିବା ପରିସ୍ଥିତିରେ ସୃଷ୍ଟି ହୋଇଛି.। କୋଟିଆ ପରି ଏବେ ବନ୍ଧୁଗାଁ ବ୍ଲକର କିଛି ସୀମାନ୍ତ ଗ୍ରାମକୁ ପ୍ରଲୋଭନ ଦେଖାଇ ନିଜ ଆଡକୁ ଟାଣି ନେବାକୁ ବସିଛି ପଡୋଶୀ ଆନ୍ଧ୍ରପ୍ରଦେଶ। ବନ୍ଧୁଗାଁ ବ୍ଲକ ପଡୋଶୀ ଆନ୍ଧ୍ରକୁ ଲାଗି ରହିଥିବାରୁ ଏହି ବ୍ଲକରେ ଅଧିକାଂଶ ସମୟରେ ମାଓବାଦୀମାନେ ନିଜର ଉପସ୍ଥିତି ଜାହିର କରି ଆସୁଥିଲେ।ଅନେକ ସମୟରେ ବହୁ ହିଂସାକାଣ୍ଡ ମଧ୍ୟ ମାଓବାଦୀଙ୍କ ଦ୍ଵାରା ଘଟିଛି । ଫଳରେ ମାଓବାଦୀଙ୍କ ଭୟରେ ଉନୟନମୁଳକ କାର୍ଯ୍ୟ ଉପରେ ବାଧା ଉପୁଜିଲା ।ଏହାପରେ ବ୍ଲକରେ ବିଏସଏଫ୍ କ୍ୟାମ୍ପ ପ୍ରତିଷ୍ଠା ହେଲା । କ୍ୟାମ୍ପ ପ୍ରତିଷ୍ଠା ପରେ ମାଓବାଦୀଙ୍କ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲାଗିଲା ସତ୍ୟ କିନ୍ତୁ ଉନୟନମୂଳକ କାର୍ଯ୍ୟ ହୋଇପାରିଲା ନାହିଁ। ଯାହା ପାଇଁ ଏବେ ଉକ୍ତ ବ୍ଲକର ସୀମାନ୍ତବର୍ତ୍ତୀ ଦୂର୍ଗମ ଅଞ୍ଚଳରେ ବସବାସ କରୁଥିବା ଗ୍ରାମବାସୀଙ୍କ ଜୀବନ ଉପରେ ବେଶ୍ ପ୍ରଭାବ ପକାଇଛି। ଓଡିଶା ସରକାରଙ୍କ କୌଣସି ଯୋଜନା ସେମାନଙ୍କ ପାଖରେ ପହଁଚି ପାରୁନାହିଁ । ଏବେ ପଡୋଶୀ ଆନ୍ଧ୍ରପ୍ରଦେସ ଏହାର ବେଶ୍ ଫାଇଦା ଉଠାଇବାକୁ ତତ୍ପରତା ଦେଖାଇଛି।

ଏହି ବ୍ଲକର ରହିଛି ଆଲମଣ୍ଡା, ହାତୀଗଡ଼ା,ବଡ଼ ବାଙ୍କିଡି, ଇମ୍ଫାବାଲଶା, ଡ଼ି.ବି.ପାଲୀ,ଏ. ବି. ପାଲୀ,ଜୟକଟା, ନାଗୁଲବାଲଶା, ତାଣ୍ଡିଙ୍ଗ ବାଲଶା, ଫୁଲଗୁମି,ଟାଙ୍କୁ, ଜାଡ଼ବା,ଚେକା ବାଲଶା,କୁନ୍ତେସୁ,ପେଦା କାମରା, ଚିନା କାମରା ଗାଁ । ଏଠାରେ ବସବାସ କରୁଥିବା କିଛି ପରିବାର ଆନ୍ଧ୍ର ପ୍ରଦେଶର ବିଲିଙ୍ଗ ପଞ୍ଚାୟତ ଦ୍ୱାରା ଚାଉଳ, ବାର୍ଦ୍ଧକ୍ୟ ଭତ୍ତା, ପିଲାଙ୍କ ପାଠ ପଢା ଭଳି ଅନେକ ସହାୟତା ପାଉଥିବା ଜଣାପଡିଛି।ତେଣୁ ଆଗକୁ ଏସବୁ ଗ୍ରାମବାସୀ ଆନ୍ଧ୍ରରେ ମିଶିବା ପୂର୍ବରୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବା ନିହାତି ଜରୁରୀ ହୋଇପଡିଛି।

ଉକ୍ତ ବିଷୟକୁ ନେଇ ବନ୍ଧୁଗାଁ ବ୍ଲକ ବିଡ଼ିଓ ଶ୍ରୀ ରଜନିକାନ୍ତ ଦାସଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ, ଆନ୍ଧ୍ର ସୀମାନ୍ତରେ ରହୁଥିବା କିଛି ଗାଁ ଲୋକେ ଓଡିଶା ସରକାରୀ ଯୋଜନାରେ ଲାଭ ପାଉଛନ୍ତି ।ସୋମନଙ୍କୁ ସମସ୍ତ ସାହାଯ୍ୟ ସହ ସମସ୍ତ ସୁବିଧା, ରାସ୍ତା ଘାଟ, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ମୋ କୁଡ଼ିଆ, ଇନ୍ଦିରା ଆବାସ ଯୋଜନା, ଓ ବାର୍ଦ୍ଧକ ଭତା, ପିଡ଼ିଏସ ଚାଉଳ, ବିଜୁଳି, ଏମ. ଜି.ଏନ.ଆର.ଇ.ଜି.ଏ ଦିଆଯାଉଛି । ସମସ୍ତ ସୁବିଧା ପାଇ ମଧ୍ୟ ମଧ୍ୟ ଆନ୍ଧ୍ରର ସହୟତା ପାଇଁ  କାହିଁକି ଚାହୁଁଛନ୍ତି ତାହା ବୁଝାଯିବ ବୋଲି ସେ କହିଛନ୍ତି ।

   Related Posts