ରାଜ୍ୟ କଂଗ୍ରେସରେ ନିରଞ୍ଜନ ହଟାଅ ମେଳି ! ଭୁବନେଶ୍ବର ପାନ୍ଥନିବାସରେ ବନ୍ଧୁ ମିଳନ

Published By : Prameya-News7 Bureau | October 30, 2019 IST

ଭୁବନେଶ୍ବର ୩୦।୧୦: କଂଗ୍ରେସରେ ନିରଞ୍ଜନ ହଟାଅ ମେଳି । ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପରେ ଦଳରେ ବହୁ ନେତା ନିରଞ୍ଜନଙ୍କ ଉପରେ ଖୁବ୍ଧ । ଖୋଦ୍ ନିରଞ୍ଜନଙ୍କ କ୍ୟାମ୍ପର ଲୋକ ନିରଞ୍ଜନଙ୍କୁ ହଟାଇବାକୁ ହିଁ ଏକାଠି ହୋଇଛନ୍ତି । ସାଧାରଣ ନିର୍ବାଚନରେ କଂଗ୍ରେସ ଓଡ଼ିଶା ରାଜନୀତି ଇତିହାସରେ ସବୁଠୁ କମ୍ ସିଟ୍ ପାଇଲା । ଏହା ପରେ ହୋଇଥିବା ଦୁଇଟି ଉପନିର୍ବାଚନରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ହେବା ପରେ ନିରଞ୍ଜନଙ୍କ ଖାସ୍ ଲୋକ ବି ଏବେ ତାଙ୍କ ହାତ ଛାଡିବା ପାଇଁ ସଜବାଜ ହେଉଛନ୍ତି ।

ଏନେଇ ଭୁବନେଶ୍ବର ପାନ୍ଥ ନିବାସରେ ବନ୍ଧୁ ମିଳନର କାର୍ଯ୍ୟକ୍ରମ ଚାଲିଛି । ଯେଉଁଥିରେ ମୁରଲୀଧର ଜେନା, ଅବଦୁଲ ବାରିକ, କୁମାର ଚିରଞ୍ଜିବ, ସନତ ଦାଶ, ଅଶୋକ ସାମଲ, ସଞ୍ଜୟ ହାସ, ତ୍ରିଲୋଚନ ମହାନ୍ତି ପ୍ରମୁଖ ଯୋଗଦେଇଛନ୍ତି । ଯେଉଁଠି ନେତାମାନେ ବିଚାର ବିମର୍ଷ କରୁଛନ୍ତି କେବେ ନିରଞ୍ଜନଙ୍କ ବିରୋଧରେ ଦିଲ୍ଲୀ ଯାଇ ସୋନିଆଙ୍କ ପାଖରେ ଫେରାଦ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.