ବନ୍ଧୁକ ଓ ଖଣ୍ଡା ମୁନରେ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଅଢେଇ ଲକ୍ଷ ଟଙ୍କା ଲୁଟ
11/09/2018 at 3:43 PM

ଜଟଣୀ ୧୧/୯ : ଜଟଣୀରେ କଳା ପଲସର ଆତଙ୍କ ଦେଖିବାକୁ ମିଳିଛି | ବନ୍ଧୁକ ଓ ଖଣ୍ଡା ମୁନରେ ଅଢେଇ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁର୍ତ୍ତ | ଜଟଣୀ ବାଲିଛକ ସାହିରୁ ବନ୍ଧନ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲୁଟ ହୋଇଛି | ଟଙ୍କା କଲେକ୍ସନ କରି ଫେରୁଥିଲେ ବ୍ୟାଙ୍କ କର୍ମଚାରୀ ବିପ୍ଳବ କୁମାର ଦାସ | ନମ୍ବର ବିହୀନ କଳା ପଲସରରେ ଆସିଥିଲେ ଦୁଇ ଜଣ ଦୁର୍ବୁର୍ତ୍ତ | ଆସିକି ବିପ୍ଳବଙ୍କୁ ବନ୍ଧୁକ ଦେଖାଇ ତାଙ୍କ ଠାରୁ କଲେକ୍ସନ ହୋଇଥିବା ଅଢେଇ ଲକ୍ଷ ଟଙ୍କା ଓ ତାଙ୍କ ଗାଡି ଚାବି ମଧ୍ୟ ଛାଡ଼ି ନେଇଛନ୍ତି ଦୁର୍ବୁର୍ତ୍ତ | ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ପଚରାଉଚୁରା କରୁଛି |
Related Posts
ଜୟପୁର ସବ୍ ଜେଲରେ ରେଡ୍, ଏସ୍ପି ଓ ଉପ ଜିଲ୍ଲାପାଳ ସାମିଲ
18 April 2021
ପୋଖରୀରେ ଭାସୁଛି ମୃତଦେହ, କାରଣ ଅସ୍ପଷ୍ଟ
18 April 2021