କାମ ବାହାନାରେ ଗାଡି ଚୋରି , ବାଇକ ଚୋରକୁ କାବୁ କଲେ ଗ୍ରାମବାସୀ

Published By : Prameya-News7 Bureau | March 21, 2020 IST

ଭଦ୍ରକ ୨୧।୦୩ : ଘରେ କେହି କାମ କରିବା ପାଇଁ ଆସୁଛି । କାମ କଲା ବେଳେ କିଛି କାମ ପାଇଁ ବାଇକ ମାଗି ନେଉଛି । ଆଉ ତା ପରେ ବାଇକ ଗାୟବ ଆଉ ବାଇକ ନେଉଥିବା ଲୋକ ବି ଗାୟବ । ଏମିତି ଏକ ଚୋର ବାଇକ ଚୋର କୁ କାବୁ କରିଛନ୍ତି ଲୋକେ । ଚୋର କୁ ବାନ୍ଧି ରଖିଥିବା ବେଳେ ଉଦ୍ଧାର କରିଛି ପୋଲିସ । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ବାରିକପୁର ବାସନ୍ତୀ ଦୁର୍ଗା ପଡିଆ ଠାରେ ଏହି ଭଳି ଏକ ଚୋର ଧରା ପଡିଛି ।

ସୂଚନାଯୋଗ୍ୟ ଯେ,  ଧରା ପଡିଥିବା ଲୋକ ଜଣକ ଗାଁ ଲୋକ ଙ୍କ ଘର ତଥା ଅନ୍ୟ କାମ କରିବା ପାଇଁ ଯାଇଥାଏ । ପରେ କାମ କରିବା ବେଳେ ଖାଇବା ପାଇଁ ବା ଜଳଖିଆ ପାଇଁ ଘର ମାଲିକ ଙ୍କୁ ବାଇକ ମାଗି ନେଇଥାଏ । ଆଉ ତା ପରେ ବାଇକ ସହ ନିଜେ ଗାୟବ ହୋଇଯାଏ । ଏହି ଚୋର ବାରିକପୁର ବଜାର ରେ ବୁଲୁଥିବା ବେଳେ ଖବର ପାଇଥିଲେ ଚୋରି ହୋଇଥିବା ବାଇକ ମାଲିକ । ଗାଁ ଲୋକ ଙ୍କ ସହ ଆସି ବଜାର ଉପରେ ମାଡିବସିଥିଲେ । ବଜାର ନିକଟ ବାସନ୍ତୀଦୁର୍ଗା ପଡିଆ ନିକଟ ରେ ବାନ୍ଧି ରଖିଥିଲେ । ପୋଲିସ ଖବର ପାଇ ଯୁବକ ଙ୍କୁ ଉଦ୍ଧାର କରିଛି । ତେବେ ଯୁବକ କହିଛନ୍ତି ଯେ,  ସେ ଚାରି ମାସ ତଳେ ଗାଡି ନେଇଥିଲେ ପରେ ଭୟ ରେ ଗାଡି ଅନ୍ୟ କୌଣସି ସ୍ଥାନରେ ଛାଡି ଯାଇଥିଲେ । କିନ୍ତୁ ଗାଡି ମାଲିକ ଗାଡି ପାଇନଥିବା ସୂଚନା ମିଳିଛି । ଗାଡି ମାଲିକ ଙ୍କ ର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.