ସଚିବାଳୟରେ ଦେଖିବାକୁ ମିଳିଲା ବନ୍ଦର ପ୍ରଭାବ- ମନ୍ତ୍ରୀ ଠାରୁ ଯନ୍ତ୍ରୀ ଚାଲି ଚାଲି ଆସିଥିଲେ ସଚିବାଳୟ

Published By : Prameya-News7 Bureau | January 08, 2020 IST

ଭୁବନେଶ୍ୱର ୦୮।୦୧ - ଭାରତ ବନ୍ଦର ପ୍ରଭାବ ସଚିବାଳୟରେ ଦେଖିବାକୁ  ମିଳିଥିଲା। ଖାଁ ଖାଁ ଥିଲା ପୂରା ସଚିବାଳୟ। ସକାଳ ୧୦ଟା ବେଳକୁ ମାତ୍ର ଦୁଇ ଜଣ ମନ୍ତ୍ରୀ ସଚିବାଳୟ ଆସିଥିଲେ। ଯେହେତୁ କର୍ମଚାରୀ ମାନଙ୍କୁ ଗୃହ ବିଭାଗ ପକ୍ଷରୁ ନିର୍ଦେଶ ରହିଥିଲା ସାଢ଼େ ୯ଟାପୂର୍ବରୁ ପହଞ୍ଚିବାକୁ ସେଥିପାଇଁ କିଛି କର୍ମଚାରୀ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରି କାର୍ଯ୍ୟାଳୟକୁ ଆସିଥିଲେ।

{"id":208624,"sizeSlug":"large"}

ନିର୍ଦ୍ଦେଶ ଥିଲା ସାଢ଼େ ୯ଟାରେ ଅଫିସର ପହଞ୍ଚିବାକୁ । ଏଣେ ସବୁ ରାସ୍ତା ଘେରିଦେଇଥିଲେ ଆନ୍ଦୋଳନକାରୀ। ତେଣୁ କିଏ କେମିତି ଆସିଥିଲେ କାର୍ଯ୍ୟାଳୟ ତାହା ବି ଥିଲା ଦେଖିବାର କଥା।   ମନ୍ତ୍ରୀ ଠାରୁ ଯନ୍ତ୍ରୀ ଚାଲି ଚାଲି ସଚିବାଳୟ ଆସିଥିଲେ । ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସକାଳ ୯ଟା ୧୦ରେ ସଚିବାଳୟ ପଛଦ୍ବାର ଦେଇ ବାଇକ ମାଧ୍ୟମରେ ପ୍ରବେଶ କରିଥିଲେ । ସେହି ପଛଦ୍ବାର ଦେଇ ସାଢ଼େ ୯ଟାରେ ଆସିଥିଲେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ । ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ପୋଲିସ ବିଭାଗର ମନ୍ତ୍ରୀ।  ଦିନ ସାଢ଼େ ୧୧ଟାରେ ପୋଲିସ ଗାଡିରେ ସବାର ହୋଇ ସଚିବାଳୟରେ ପହଞ୍ଚିଥିଲେ । ଆଉ ପରିବହନ ମନ୍ତ୍ରୀ ପଦ୍ବନାଭ ବେହେରାଙ୍କୁ ଦେଖିଲେ ଲାଗୁଥିଲା ସେ ତ ବହୁ ବାଟ ଅତିକ୍ରମ କରି, ବହୁ କଷ୍ଟ ସ୍ବୀକାର କରି ଯେମିତି ବି ହେଲେ ଆସିଛନ୍ତି ।

{"id":208625,"sizeSlug":"large"}

ଏପଟେ ବନ୍ଦ ପ୍ରଭାବ ଥିଲେ ସଚିବ ମାନେ ଟାଇମରେ ସଚିବାଳୟ​‌ରେ ପହଞ୍ଚିଥିଲେ। ମୁଖ୍ୟଶାସନ ସଚିବ ଏବଂ ଉନ୍ନୟନ କମିଶନର ନିଜ ସରକାରୀ ଗାଡିରେ ପୋଲିସ କଡନରେ ପହଞ୍ଚିଥିଲେ । ଆଉ କିଛି ସଚିବ ନିଜ ବାଇକରେ ସଚିବାଳୟ ଆସିଥିଲେ। ଜେଲ ଡିଜି ସନ୍ତୋଷ ଉପାଧାୟ ଚାଲି ଚାଲି ଆସିଥିଲେ । ଏପରିକି କିଛି ବିଧାୟକ ବନ୍ଦକୁ ଖାତିର ନକରି ତାଙ୍କ ଏରିୟା ଲୋକଙ୍କ ସମସ୍ୟା ନେଇ ସଚିବାଳୟ ଆସିଥିବା କହିଥିଲେ। ଜଣାପଡ଼ିଥିଲା ବିଜେଡି ବନ୍ଦକୁ ସମର୍ଥନ କରିନଥିବାରୁ ଏମାନେ ଦଳର ଶୃଙ୍ଖଳାକୁ ଗ୍ରହଣ କରିଛନ୍ତି ।ତେବେ ଏଭିତରେ   କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

ବନ୍ଦ ପାଇଁ ବସ ଅଟୋ ଚଳାଚଳ ବନ୍ଦ ଥିଲେ ଗୃହ ବିଭାଗ ନିର୍ଦେଶ ଅନୁଯାୟୀ ଅଫିସରଙ୍କ ଠାରୁ କର୍ମଚାରୀ ମାନେ ସଚିବାଳୟରେ ପହଞ୍ଚିଥିଲେ ।  ତଥାପି ସଚିବାଳୟ ଆଜି ଖାଁ ଖାଁ ଥିଲା, କାରଣ ଲୋକ ନଥିଲେ ଆଉ କିଛି କର୍ମଚାରୀ ଆସିପାରିନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.