ଏଥର ବିବାଦୀୟ ହୋଇଛି ସାଇବାବାଙ୍କ ଜନ୍ମସ୍ଥାନ- ରବିବାର ଠାରୁ ଶିରିଡିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଡାକରା

Published By : Prameya-News7 Bureau | January 18, 2020 IST

ମୁମ୍ବାଇ ୧୮।୦୧ - ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ପୂଣ୍ୟତୀର୍ଥ ଶିରିଡ଼ି। ଯେଉଁଠାକୁ ପ୍ରତିଦିନ ଯାଇଥାନ୍ତି ଦେଶ ବିଦେଶର ଲକ୍ଷ ଲକ୍ଷ ଭକ୍ତ। କିନ୍ତୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପାଥରିକୁ ସାଇଙ୍କ ଜନ୍ମସ୍ଥାନ କହିବା ପରେ ଦେଖାଦେଇଛି ବିବାଦ। ଯାହାକୁ ନେଇ ରବିବାର ଠାରୁ ଶିରିଡିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଡାକରା ଦିଆଯାଇଛି। ତେବେ ଗମନାଗମନ ରହଣି ଓ ଖାଦ୍ୟପେୟ କିପରି ଶ୍ରଦ୍ଧାଳୁମାନେ କରିବେ ତାକୁ ନେଇ ଛିଡ଼ା ହୋଇଛି ପ୍ରଶ୍ନ।…

{"id":213146,"sizeSlug":"large"}

ହିନ୍ଦୁ ଓ ମୁସଲିମଙ୍କ ଆସ୍ଥାର ପ୍ରତୀକ ସାଇବାବା । କେବେ ନିଜ ଚମତ୍କାର ପାଇଁ ଚର୍ଚ୍ଚାରେ ତ କେବେ ତାଙ୍କ ଜାତିକୁ ନେଇ ବିତର୍କ ସମ୍ନାକୁ ଆସିଛି । କିନ୍ତୁ ଏଥର ବିବାଦୀୟ ବିଷୟ ହୋଇଛି ସାଇ ବାବାଙ୍କ ଜନ୍ମସ୍ଥାନ। କିଛି ଭକ୍ତ ମାନନ୍ତି ସାଇଙ୍କ ଜନ୍ମସ୍ଥାନ ଶିରିଡି ତାଙ୍କ କର୍ମସ୍ଥଳୀ ଶିରିଡି ଏବଂ ତାଙ୍କ ଦେହାବସାନ ବି ଶିରିଡିରେ ହୋଇଥିଲା ।

{"id":213147,"sizeSlug":"large"}

କିନ୍ତୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କ ଭାଷଣରେ ସାଇ ବାବାଙ୍କ ଜନ୍ମସ୍ଥାନ ପାଥରି ବହିବା ପରେ ଜନ୍ମହୋଇଛି ନୂଆ ବିବାଦ। ଏହି ବିବାଦ ସମ୍ନାକୁ ଆସିବା ପରେ  ଆରମ୍ଭ ହୋଇଛି ରାଜନୀତି। ଯେଉଁଠି ଏବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ମନରେ ଲାଗିଛି ଆଘାତ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନ ପରେ ରବିବାର ଠାରୁ ଅନିଶ୍ଚିତ କାଳ ପାଇଁ ଦିଆଯାଇଛି ବନ୍ଦ ଡାକରା । ଆଉ ଏହି ବନ୍ଦ ଡାକରା ଦେଇଛନ୍ତି ସ୍ଥାନୀୟ ବିଜେପି ସାଂସଦ ବିଜେପି ଏବଂ ଗାଁ ଲୋକ।…

{"id":213148,"sizeSlug":"large"}

 ମହାରାଷ୍ଟ୍ର ସରକାରଙ୍କର ଏହି ନିଷ୍ପତ୍ତି ନେଇ ତାତିଛନ୍ତି ସାଇବାବାଙ୍କ ଲକ୍ଷ ଲକ୍ଷ ଭକ୍ତ। ରବିବାର ଠାରୁ ଶିରିଡ଼ି ବନ୍ଦ ଡାକରା ଦିଆଯାଇଛି। ତେବେ ଏହି ସମୟରେ ଅତ୍ୟାବଶ୍ୟକ ସେବା ପ୍ରଭାବିତ ହେବନାହିଁ ବନ୍ଦ ଡାକରା ଦେଇଥିବା ନେତା କହିଛନ୍ତି। କିନ୍ତୁ ବନ୍ଦ ପାଳନ ଦ୍ବାରା ସାଇବାବାଙ୍କ ଦର୍ଶନ ପାଇଁ ପ୍ରତିଦିନ ଶିରିଡ଼ି ଯାଉଥିବା ହଜାର ହଜାର ଭକ୍ତ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ତ ?

{"id":213150,"sizeSlug":"large"}

ମହାରାଷ୍ଟ୍ର ରାଜନୀତି ସହିତ କୌଣସି ସଂପର୍କ ନଥିବା ଭକ୍ତ ଯେତେବେଳେ ବହୁ କଷ୍ଟରେ ସେମାନଙ୍କର ଆରାଧ୍ୟ ବାବାକୁ ଦର୍ଶନ କରିବାକୁ ଯାଆନ୍ତି ସେଥିରେ ଏମାନେ ସଫଳ ହେବେ ତ ?

{"id":213151,"sizeSlug":"large"}

ଶିରିଡ଼ିରେ ଗାଡ଼ି ଚଳାଚଳ ବନ୍ଦ ରହିଲେ ଭକ୍ତ କେମିତି ମନ୍ଦିର ନିକଟରେ ପହଞ୍ଚିବେ ? ଏହାକୁ ନେଇ ସାଇ ଭକ୍ତଙ୍କ ମନରେ ଅନେକ ପ୍ରଶ୍ନ ରହିଛି । ମହାରାଷ୍ଟ୍ର ସରକାର ଯେଉଁ ପାଥରି ନାମକ ସ୍ଥାନକୁ ବାବାଙ୍କ ଜନ୍ମସ୍ଥାନ ଦାବି କରିଛନ୍ତି ସେଠାରେ କିନ୍ତୁ ଲକ୍ଷାଧିକ ଭକ୍ତ ଯାଇ ଦର୍ଶନ କରିବା ପାଇଁ କୌଣସି ସୁବିଧା ସୁଯୋଗ ନାହିଁ ।

{"id":213152,"sizeSlug":"large"}

ତେବେ ଏହା ବିରୋଧରେ ରବିବାର ଠାରୁ ଶିରିଡ଼ିରେ ହେଉଥିବା ବନ୍ଦ ପାଳନ ଦ୍ବାରା ସାଇବାବାଙ୍କ ମନ୍ଦିରରେ ଦର୍ଶନ ପ୍ରଭାବିତ ହେବନାହିଁ ବୋଲି ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି ।…

{"id":213153,"sizeSlug":"large"}

ଭକ୍ତଙ୍କ ପାଇଁ ଭଗବାନ ସବୁ ସ୍ଥାନରେ ରହିଛନ୍ତି । କିନ୍ତୁ ମହାରାଷ୍ଟ୍ର ସରକାର ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ଯେଉଁ ବିବାଦ ସୃଷ୍ଟି କରିଛନ୍ତି ତାହା ସେମାନଙ୍କର ରାଜନୈତିକ ସ୍ବାର୍ଥ ପାଇଁ ହୋଇଥାଇପାରେ ।

{"id":213154,"sizeSlug":"large"}

ହେଲେ ଏହା ସାଇ ଭକ୍ତଙ୍କ ମନରେ ଗଭୀର ଆଘାତ ଦେଇଛି ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.