ଆସନ୍ତା ୨୬ରେ ସର୍ବଭାରତୀୟ ଧର୍ମଘଟ ଡାକରା

Published By : Prameya-News7 Bureau | November 02, 2020 IST

ଭୁବନେଶ୍ୱର ୦୨।୧୧ : ଆସନ୍ତା ୨୬ରେ ସର୍ବଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି । ଦେଶରେ ଶ୍ରମିକ, କୃଷକ, ଗ୍ରାହକ, ଛାତ୍ର, ଯୁବ, ମହିଳା, ଦଳିତ ଓ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ପ୍ରତିବାଦରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ସ୍ୱାଧୀନ ଫେଡରେସନ୍‌ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ବୋଲି ଆବାହକ ରାମକୃଷ୍ଣ ପଣ୍ଡା ସୂଚନା ଦେଇଛନ୍ତି । ଏହାକୁ ସଫଳ କରିବା ପାଇଁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ସ୍ୱାଧୀନ ଫେଡରେସନ୍‌ ପକ୍ଷରୁ ରାଜଧାନୀରେ ରାଜ୍ୟସ୍ତରୀୟ ମିଳିତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଆଇଏନ୍‌ଟିୟୁସିର ମଦନ ଧଳ, ଏଆଇଟିୟୁସିର ଏନ୍‌. ନାରାୟଣ ରେଡ୍ଡି, ଏଚ୍‌ଏମ୍‌ଏସ୍‌ର ବୀରେନ୍ଦ୍ର ପ୍ରତାପ ଦାସ, ସିଆଇଟିୟୁର ବିମାନ ମାଇତି, ଏଆଇସିସିଟିୟୁର ମହେନ୍ଦ୍ର ପରିଡ଼ା ଏବଂ ଏଆଇୟୁଟିୟୁସିର ଶମ୍ଭୁନାଥ ନାଏକଙ୍କୁ ନେଇ ଗଠିତ ସଭାପତିମଣ୍ଡଳୀ ଏହି ସମ୍ମେଳନ ପରିଚାଳନା କରିଥିଲେ । ଏଆଇଟିୟୁସିର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା ଆଗାମୀ ସର୍ବଭାରତୀୟ ଧର୍ମଘଟର ଭିତ୍ତିପତ୍ର ଉପସ୍ଥାପନ କଲା ପରେ ଆଇଏନ୍‌ଟିୟୁସିର ରାଜ୍ୟ ସଭାପତି ଡ. ରାମଚନ୍ଦ୍ର ଖୁଣ୍ଟିଆ, ଏଚ୍‌ଏମ୍‌ଏସ୍‌ର ଆଶିଷ ନନ୍ଦ, ସିଆଇଟିୟୁର ରାଜ୍ୟ ସଭାପତି ଜନାର୍ଦ୍ଦନ ପତି, ଏଆଇସିସିଟିୟୁର ରାଧାକାନ୍ତ ସେଠୀ, ଏଆଇୟୁଟିୟୁସିର ଡ. ପୂର୍ଣ୍ଣଚନ୍ଦ୍ର ବେହେରା, ସୁର ଜେନା, କିଶୋର ଜେନା, ଲିଟୁଲାଲ ଦେବ ସୁବୁଦ୍ଧି, କେନ୍ଦ୍ର ସରକାରୀ କର୍ମଚାରୀ ସଂଘର ରବୀନ୍ଦ୍ରନାଥ ଧଳ, ରାଜ୍ୟ ସରକାରୀ କର୍ମଚାରୀ ସଂଘର ନରୋତ୍ତମ ପାର୍ଥସାରଥି ଜେନା, ଏଆଇବିଇଏର ତ୍ରିଲୋଚନ ପ୍ରଧାନ, ଏଆଇବିଓଏର ପ୍ରଫୁଲ୍ଲ ତ୍ରିପାଠୀ, ସରକାରୀ ଶିକ୍ଷକ ସଂଘର ପ୍ରଫେସର ଅମିୟ କୁମାର ମହାନ୍ତି, ଏଓବିଇଏଫର ପ୍ରକାଶ ଚନ୍ଦ୍ର ରାୟ, ଜୀବନ ବୀମାର ଅଭୟ କୁମାର ଦାସ, ସାଧାରଣ ବୀମାର ରବିନ୍ଦ୍ର ବାରିକ, ବିଦ୍ୟୁତ୍‌ ଫେଡରେସନ୍‌ର ଯତୀନ୍ଦ୍ର କୁମାର ରାୟ, ଡିଆରଡିଓ ୟୁନିୟନର ଜୟନ୍ତ ଦାସ ପ୍ରମୁଖ ଏହି ଦେଶବ୍ୟାପୀ ସାଧାରଣ ଧର୍ମଘଟର ସଫଳତା ପାଇଁ ସଂକଳ୍ପ ନେଇଥିଲେ । ଆସନ୍ତା ୧୮ରେ ସମସ୍ତ ଜିଲ୍ଲାସ୍ତରରେ ମିଳିତ କନଭେନସନ୍‌ ଓ ପ୍ରତ୍ୟେକ ୟୁନିୟନ୍‌ର ସାଧାରଣ ସଭା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଏକ ପ୍ରେସ୍‌ ବିଜ୍ଞପ୍ତିରେ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.