Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ୧୨ ଘଣ୍ଟିଆ ଓଡିଶା ବନ୍ଦ ପାଳନ : ଆଂଶିକ ପ୍ରଭାବ

21/02/2019 at 5:08 PM

ଭୁବନେଶ୍ବର ୨୧|୨: ନବ ନିର୍ମାଣ ଓଡିଶା ବନ୍ଦ ଡାକରାର ଆଂଶିକ ପ୍ରଭାବ । ସକାଳୁ କିଛି ସମୟ ବନ୍ଦର ପ୍ରଭାବ ପରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହୋଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀମାନେ ବ୍ୟାନର ଧରି ରାସ୍ତାରୋକ ଏବଂ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ମଧ୍ୟ ପୋଲିସ ସେମାନଙ୍କୁ ସୁଯୋଗ ଦେଇନଥିଲା । ଏପଟେ ଚାଷୀଙ୍କ ସ୍ବାର୍ଥକୁ ନେଇ ରାଜନୈତିକ ବୟାନବାଜି ଜୋର ଧରିଛି ।

ନବନିର୍ମାଣ କୃଷକ ସଂଗଠନର ବନ୍ଦ ପାଳନ ଫ୍ଲପ । ରାଜ୍ୟବ୍ୟାପୀ ବନ୍ଦ ଡାକରାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଥିଲା । ସକାଳୁ କିଛି ସମୟ ବନ୍ଦର ପ୍ରଭାବ ପରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହୋଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀମାନେ ବ୍ୟାନର ଧରି ରାସ୍ତାରୋକ ଏବଂ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭକାରୀମାନେ ରାସ୍ତାରେ ଶୋଇ ଓ ଟାୟାର ଜାଳି ରାସ୍ତା ରୋକ କରିଥିଲେ । ଏ ଦୃଶ୍ୟ ହେଉଛି ରାଜଧାନୀର । ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ସଂଗଠନର କର୍ମୀମାନେ ରାସ୍ତା ଅବରୋଧ କରିବା ସହ ଆନ୍ଦୋଳନ କରିଥିଲେ । ସେହିଭଳି ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ବନ୍ଦର ଅନୁରୂପ ପ୍ରଭାବ ପଡିଥିଲା । ବିକ୍ଷୋଭକାରୀମାନେ ରାସ୍ତାରେ ଶୋଇ ଓ ଟାୟାର ଜଳାଇ ରାସ୍ତାଘାଟ ଜାମ କରିଥିଲେ । ହେଲେ ଆନ୍ଦୋଳନକାରୀଙ୍କୁ ସୁଯୋଗ ଦେଇନଥିଲା ପୋଲିସ । ଅନେକ ସ୍ଥାନରୁ ସଂଗଠନର କର୍ମୀମାନଙ୍କୁ ଉଠାଇ ନେଇଥିଲା ପୋଲିସ । ଏହା ପରେ ଯାନବାହାନ ଓ ରେଳ ଚଳାଚଳ ସ୍ବାଭାବିକ ଥିବା ବେଳେ ଦୋକାନ ବଜାର ଖୋଲା ରହିଥିଲା । ବନ୍ଦକୁ ନଜରରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ୧୨ ଘଣ୍ଟିଆ ଓଡିଶା ବନ୍ଦ ପାଳନ କରିଛି ନବ ନିର୍ମାଣ କୃଷକ ସଂଗଠନ  ।ଏପଟେ ଚାଷୀଙ୍କ ସ୍ବାର୍ଥକୁ ନେଇ ରାଜନୈତିକ ବୟାନବାଜି ଜୋର ଧରିଛି । ପୂର୍ବରୁ ସଂଗଠନର ଆନ୍ଦୋଳନ ବନ୍ଦ୍ କରିବାକୁ ସରକାର ଅନୁରୋଧ କରିଥିବା ବେଳେ ବିଜେପି ଓ କଂଗ୍ରେସ ସମର୍ଥନ କରିଛନ୍ତି । ଯାହାକୁ ନିନ୍ଦା କରିଛି ବିଜେଡି ।ଚାଷୀଙ୍କ ପାଇଁ ରାଜ୍ୟସରକାର କାମ କରୁଥିବା ବେଳେ ମାଟ୍ରିକ ପରୀକ୍ଷା ସମୟରେ ବନ୍ଦ ଡାକରା ଦୁର୍ଭାଗ୍ୟ ଜନକ ବୋଲି କୃଷି ମନ୍ତ୍ରୀ ଶଶୀ ଭୂଷଣ ବେହେରା କହିଛନ୍ତି। ସେପଟେ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ବାଧ୍ୟ ହୋଇ କୃଷକ ସଂଗଠନ ବାରମ୍ବାର ରାଜରାସ୍ତାକୁ ଓହ୍ଲାଉଥିବା ବିଜେପି କହିଛି । ହେଲେ ଆନ୍ଦୋଳନ ବେଳେ ଚାଷୀଙ୍କୁ ବାଡି ଧରି ଘଉଡାଇବା ଏବଂ ଗିରଫଦାରିକୁ ନିନ୍ଦା କରି କରିଛି ବିଜେପି । କେଗ୍ରେସ ମଧ୍ୟ ପ୍ରତିକ୍ରିୟା ରଖିଛି ।

ବନ୍ଦ ଯୋଗୁ ସକାଳୁ ସାଧାରଣ ଜୀବନଯାତ୍ରା ଆଂଶିକ ପ୍ରଭାବିତ ହୋଇଯାଇଥିବା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରେ ହେବାକୁ ଥିବା ସବୁ ପରୀକ୍ଷା ବାତିଲ କରାଯାଇଛି ।

   Related Posts