୫ଦିନ ପରେ ପୋଲିସର ହାତ ଖାଲି, ହତ୍ୟାକାରୀକୁ ଗିରଫ ଦାବିରେ ବଙ୍ଗୋମୁଣ୍ଡା ବନ୍ଦ ଡ଼ାକରା

Published By : Prameya-News7 Bureau | September 16, 2021 IST

କଣ୍ଟାବାଞ୍ଜି ୧୬।୦୯:  ବଙ୍ଗୋମୁଣ୍ଡା ବନ୍ଦ ଡ଼ାକରା । ହତ୍ୟାକାରୀଙ୍କୁ ଗିରଫ ଦାବିରେ ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ବିରୋଧରେ ନାରାବାଜି ସହ ରାସ୍ତା ରୋକ କରାଯାଇଛି ।  ଯାହାଫଳରେ ରାସ୍ତାର ଉଭୟ ପଟେ ଅଟକି ରହିଛି ଗାଡି଼ । ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।

ଖବର ଅନୁଯାୟୀ, ବଙ୍ଗୋମୁଣ୍ଡା ଅଞ୍ଚଳର ଜମିଦାର ପଡ଼ାରେ ନୂଆଖାଇ ଦିନ ବ୍ୟବସାୟୀ ବିନୋଦ ଜୈନଙ୍କ ଘରକୁ  ଦିନ ଦ୍ଵିପହରେ ଦୁର୍ବୃତ୍ତ ପଶିଥିଲେ । କିନ୍ତୁ ବ୍ୟବସାୟୀଙ୍କ ସ୍ତ୍ରୀକୁ ହତ୍ୟା କରିବା ସହ ତାଙ୍କ ଭଉଣୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲେ । ଘଟଣାକୁ ୫ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସର ହାତ ଖାଲି ରଖିଛି । ତୁରନ୍ତ ହତ୍ୟାକାରୀଙ୍କୁ ଗିରଫ ଦାବି ନେଇ କଣ୍ଟାବାଞ୍ଜି ବିଧାୟକଙ୍କ ଆହ୍ୱାନ କ୍ରମେ  ବିଭିନ୍ନ ସଂଗଠନ ସହଯୋଗରେ ବଙ୍ଗୋମୁଣ୍ଡା ବନ୍ଦ ଡାକରା ଦିଆଯାଇଛି । ଆନ୍ଦୋଳନ କାରୀମାନେ ଗୋଳେଇ ଛକ ଠାରେ ପୋଲିସ ବିରୋଧରେ ନାରାବାଜି କରିବା ସହ ରାସ୍ତାରୋକ କରିଛନ୍ତି । ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଗାଡି ମୋଟର ଅଟକି ରହିଛି । ବଙ୍ଗୋମୁଣ୍ଡା ର ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.