ସପରିବାର ମିଶି 'ବନ୍ଦେ ଉତ୍କଳ ଜନନୀ' ଗାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

Published By : Prameya-News7 Bureau | May 31, 2020 IST

ଭୁବନେଶ୍ୱର ୩୧।୦୫: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ସପରିବାର ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାଇ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବା ସହ ସେମାନଙ୍କର ଉତ୍ସାହ ବଢ଼ାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅପରାହ୍ନ ସାଢ଼େ ୫ଟା ବେଳେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ଓଡ଼ିଶା ଏବଂ ଓଡ଼ିଶା ବାହାରେ ଓ ସାରା ବିଶ୍ୱରେ ଥିବା ଓଡ଼ିଆମାନଙ୍କୁ ଆହ୍ୱାନ ଦେଇଥିଲେ ।

wp:html /wp:html

ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ସାମିଲ ହୋଇ ଶ୍ରୀ ପ୍ରଧାନ ସପରିବାର ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି, ଆଜିର ପରିସ୍ଥିତିରେ କରୋନା ବିରୋଧରେ ଲଢ଼େଇ ଲଢ଼ି ଦେଶବାସୀଙ୍କୁ ବଞ୍ଚାଇବା ହିଁ ଦେଶପ୍ରେମ । ଡାକ୍ତର, ନର୍ସ, ପୁଲିସ କର୍ମୀ ଓ ସମାଜସେବୀମାନେ ଦେଶପ୍ରେମର ନିଦର୍ଶନ ଦେଖାଇଛନ୍ତି । ପ୍ରତିଟି ଓଡ଼ିଆ ଏହି ଯୋଦ୍ଧାମାନଙ୍କୁ ସମ୍ମାନ ଓ ଶ୍ରଦ୍ଧା କରୁଛି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.