ଫେବୃଆରୀ ୧୫ ତାରିଖରେ ଭାରତର ସବୁଠାରୁ ଦ୍ରୁତ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇବେ ମୋଦି
7/02/2019 at 3:55 PM

ଦିଲ୍ଲୀ ୭/୨ : ଫେବୃଆରୀ ୧୫ ତାରିଖରେ ଦେଶର ପ୍ରଥମ ଇଂଜିନ ବିହୀନ ଟ୍ରେନ ସେବା ଆରମ୍ଭ ହେବ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରେନ ୧୮ ବା ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇବେ | ଗତ ୩୦ ବର୍ଷ ଧରି ଚାଲୁଥିବା ଶତାବ୍ଦୀ ଏକ୍ସପ୍ରେସର ସ୍ଥାନ ନେବ ଏହି ଟ୍ରେନ | ଟ୍ରେନ ୧୮ ଦେଶର ସବୁଠାରୁ ଦ୍ରୁତଗତିରେ ଚାଲିବ ଟ୍ରେନ | ଡିସେମ୍ବର ୨ ତାରିଖରେ କୋଟା-ମାଧୋପୁର ସେକ୍ସନରେ ଟ୍ରାଏଲ ବେଳେ ଟ୍ରେନ ୧୮ ଘଣ୍ଟାକୁ ୧୮୦ କି:ମି: ଗତିର ରେକର୍ଡ ହାସଲ କରିଥିଲା |

ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କ ଅନୁସାରେ, ଟ୍ରେନ ୧୮ ତିଆରି ପାଇଁ ୯୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି | ୧୮ ମାସ ମଧ୍ୟରେ ଚେନ୍ନାଇର କୋଚ କାରଖାନାରେ ତିଆରି କରାଯାଇଛି ଟ୍ରେନ ୧୮ | ଟ୍ରେନରେ ୧୬ଟି କୋଚ ରହିଛି ଏବଂ ସମସ୍ତ କୋଚରେ ଏସି ରହିଛି | ଟ୍ରେନର ସମସ୍ତ ସିଟ ୩୬୦ ଡିଗ୍ରୀ ପର୍ଯ୍ୟନ୍ତ ବୁଲିପାରିବ |

ଟ୍ରେନରେ ଦୁଇଟି ଏକଜେକ୍ୟୁଟିଭ ଚେୟାର ରହିଛି | ଦିଲ୍ଲୀ ବନାରସ ରୁଟରେ କେବଳ କାନପୁର ଏବଂ ପ୍ରୟାଗରାଜରେ ଟ୍ରେନ ଅଟକିବ |

ପିୟୁଷ ଗୋୟଲ କହିଛନ୍ତି ଯେ, ଏହି ଟ୍ରେନକୁ ଭାରତୀୟ ଇଂଜିନିୟରମାନେ ତିଆରି କରିଛନ୍ତି |

ଯୋଜନା ଅନୁସାରେ, ଟ୍ରେନ ୧୮ ଦିଲ୍ଲୀରୀ ସକାଳ ୬ଟାରୁ ଆରମ୍ଭ ହେବ ଏବଂ ଦ୍ୱିପ୍ରହର ୨ଟାରେ ବାରଣାସୀରେ ପହଂଚିବା | ପାଖାପାଖି ୮୦୦ କି:ମି: ଦୂରତା ୮ ଘଣ୍ଟାରେ ଗତି କରିବ | ପୁଣି ବାରଣାସୀରୁ ୨.୩୦ ମିନିଟରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ ଏବଂ ରାତି ୧୦.୩୦ରେ ଦିଲ୍ଲୀରେ ପହଂଚିବ |