Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ଭାଇରସ୍ ପ୍ରଭାବ : ପିପିଇ କିଟ୍ ପିନ୍ଧି ପାନ ବିକୁଛନ୍ତି ପାନ ଦୋକାନୀ

13/07/2020 at 1:56 PM

ବାରାଣସୀ ୧୩/୭: କରୋନା କାଳରେ ଯେଉଁଠି ଦେଶର କେତେକ ଅଞ୍ଚଳରେ ଦାୟିତ୍ବହୀନତା ଦେଖିବାକୁ ମିଳୁଥିବାବେଳେ ବନାରସୀ ପାନ ପାଇଁ ପ୍ରସିଦ୍ଧ ବାରାଣସୀର ଦୋକାନରେ ପିପିଇ କିଟ୍ ପିନ୍ଧି ପାନ ବିକ୍ରି କରାଯାଉଛି।

ବାରାଣସୀର ରବିନ୍ଦ୍ରପୁରୀ ଅଞ୍ଚଳରେ ପିପିଇ କିଟ୍ ପିନ୍ଧି ପୂରା ଦିନ ପାନ ବିକ୍ରି କରାଯାଉଛି। ପିପିଇ କିଟ୍ ପିନ୍ଧିଥିବା ଜଣେ ପାନ ବିକ୍ରେତା କହିଛନ୍ତି ଯେ ସେମାନେ ପିପିଇ କିଟ୍ ଏଥିପାଇଁ ପିନ୍ଧିଛନ୍ତି ଯାହା ଦ୍ବାରା ନିଜକୁ ଏବଂ ଲୋକଙ୍କୁ ସୁରକ୍ଷିତ ରଖି ନିଜ ଦୋକାନ ଚଳାଇ ପାରିବେ।

ଏଠାକାର ପାନ ବିକ୍ରେତାଙ୍କ କହିବା ଅନୁସାରେ ପିପିଇ କିଟ୍ ପିନ୍ଧିଲେ ଖୁବ୍ ଗରମ ଲାଗୁଛି। ସେ ଟଙ୍କା ଏବଂ ପାନ ନେଉଥିବା ହାତକୁ ବି ସାନିଟାଇଜ କରୁଛନ୍ତି।

ଉତ୍ସାହର କଥା ଏହିକି ଯେ ପାନ ପ୍ରିୟ ବ୍ୟକ୍ତି ବିକାଶ ନାମକ ପାନ ବିକ୍ରେତାଙ୍କ ପାଖକୁ ଦୂରରୁ ଆସୁଛନ୍ତି।

   Related Posts