ଧୂମପାନ ଅଭ୍ୟାସ ଛାଡିବାକୁ ଚାହୁଁଛନ୍ତି କି? କଦଳୀ ଦେବ ଫାଇଦା

Published By : Prameya-News7 Bureau | May 19, 2019 IST

wp:heading {"level":5}
ଆଜିକାଲିର ଅପମିଶ୍ରିତ ଖାଇବା ଲୋକଙ୍କୁ ସୁସ୍ଥ ରଖିବାରେ ଅସଫଳ। ହେଲେ କଦଳୀ ଏକ ଏମିତି ଫଳ ଯାହା ସ୍ବାଦରେ ଭଲ ହେବା ସହ ଶରୀର ପାଇଁ ମଧ୍ୟ ଲାଭଦାୟକ। କଦଳୀ ଶରୀର ଓ ସ୍ବାସ୍ଥ୍ୟକୁ ସୁସ୍ଥ ରଖେ। କଦଳୀ ଖାଇବା ସହ କଦଳୀର ଚୋପା ଖାଇବା ମଧ୍ୟ ଜରୁରୀ।
/wp:heading {"id":113613}
wp:heading {"level":5}
କଦଳୀର ଚୋପା ଖାଇଲେ ପାଚନ ପ୍ରକ୍ରିୟା ଠିକ୍‌ ହୋଇଥାଏ। ପେଟ ସଫା ରଖିବାରେ ସାହାଯ୍ୟ କରେ କଦଳୀ ଚୋପା। କଦଳୀରେ ପ୍ରଚୁର ମାତ୍ରାରେ ଫାଇବର ଥାଏ। ଏଥିପାଇଁ ଏହି ଫଳ ଖାଇଲେ ଶୀଘ୍ର ଭୋକ ଲାଗେ ନାହିଁ। କଦଳୀରେ ଷ୍ଟାର୍ଚ୍ଚ ମାତ୍ରା ଥିବାରୁ ଏହା ଖାଇବା ଜରୁରୀ। ଫଳରେ ଭୋକ ମଧ୍ୟ ବିଳମ୍ବରେ ଲାଗେ। ଏହା ସହ କଦଳୀ ଖାଇଲେ ଶରୀରର ଇନସୁଲିନ୍‌ ଲେଭେଲ ନିୟନ୍ତ୍ରଣ ହୋଇଥାଏ।
/wp:heading {"id":113614}
wp:heading {"level":5}
ଯେଉଁ ଲୋକମାନେ ଧୂମପାନ କରିବାରେ ଅଭ୍ୟସ୍ତ ସେମାନେ ପ୍ରତିଦିନ କଦଳୀ ଖାଇବା ଉଚିତ୍‌। କାରଣ ଏହା ଶରୀରକୁ ନିକୋଟିନ ପ୍ରଭାବରୁ ମୁକ୍ତ କରାଇବାରେ ସାହାଯ୍ୟ କରେ। କଦଳୀରେ ଆଇରନ ମାତ୍ରା ଥିବାରୁ ଏହା ଖାଇଲେ ଏନିମିଆରୁ ପିଡୀତ ଥିବା ରୋଗି ଠିକ୍‌ ହୋଇଯାଆନ୍ତି। କଦଳୀ ଖାଇଲେ ଶରୀରରେ ହିମଗ୍ଲୋବିନର ସ୍ତର ବଢିଥାଏ।    
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.