Thursday, August 22, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଦଳୀ ଏବଂ ଅଣ୍ଡାକୁ ଏକାଠି ମାଟିରେ ପୋତିଲେ କ’ଣ ହୁଏ ଜାଣିଛନ୍ତି କି : ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଆମେ ସମସ୍ତେ ଏହା ଜାଣୁ ଯେ ଆମ ଆଖପାଖରେ ଗଛ ଲଗାଇଲେ ପରିବେଶ ଅତ୍ୟସ୍ତ ସ୍ବଚ୍ଛ ଏବଂ ଶୁଦ୍ଧ ରହିଥାଏ। ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ଘରେ କିମ୍ବା ଆଖପାଖରେ ଗଛ ଲଗାଇବା ଆବଶ୍ୟକ।

କିଛି କାରଣ ବଶତଃ ଯଦି ଆପଣଙ୍କ ଗଛ ବଡ଼ ହେବା ପୂର୍ବରୁ ପୋଡ଼ି ଯାଉଛି ତେବେ ଏହି ଉପାୟ ଅବଲମ୍ବନ କରିବା ଦ୍ବାରା ଆପଣ ଲଗାଇଥିବା ଗଛ ସହଜରେ ବଡ଼ ହୋଇଯିବ ଏବଂ ଆପଣଙ୍କୁ ଏଥିରେ କୈାଣସି ସାର ଦେବା ଦରକାର ପଡ଼ିବ ନାହିଁ ଏବଂ ଗଛ ମଧ୍ୟ ବହୁତ ଶୀଘ୍ର ବଡ଼ ହୋଇଯିବ।

ଏଥିପାଇଁ ଆପଣଙ୍କୁ କଦଳୀ ଏବଂ ଅଣ୍ଡାର ଆବଶ୍ୟକତା ପଡ଼ିବ। ତେବେ ଆସନ୍ତୁ ଜାଣିବା ଏହାର ବ୍ୟବହାର ବିଷୟରେ।

ଆପଣ ଯେକୈାଣସି ଗଛ ଲଗାଇବା ପୂର୍ବରୁ ଏକ ଗାତ ଖୋଳନ୍ତୁ ଏବଂ ଏହା ଭିତରେ ଦୁଇଟି କଦଳୀ ଏବଂ ଗୋଟିଏ ଅଣ୍ଡା ରଖି ଦିଅନ୍ତୁ। ଏବେ ଏହା ଉପରେ ଆପଣ ଗଛ ଲଗାଇ ମାଟି ପକାଇ ପାଣି ଦିଅନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ଗଛ ଶୀଘ୍ର ବଢ଼ିବ ଏବଂ ଶୁଖିବ ନାହିଁ କାରଣ ଏହା ଭିତରେ ଅଣ୍ଡା ଏବଂ କଦଳୀର ପୋଷକ ତତ୍ତ୍ବ ଆପଣଙ୍କ ଗଛ ପାଇଁ ସବୁଠୁ ଭଲ ସାରର କାମ କରିଥାଏ।  

825 Views

   ସମ୍ବନ୍ଧିତ ଖବର