ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ; ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ
26/11/2018 at 10:07 AM

ପୁରୀ ୨୬|୧୧: ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ସେଥିପାଇଁ୪ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ପଇତାଲାଗି ଏବଂ ବନକଲାଗି ପାଇଁ ଆଜି ଦ୍ବିତୀୟ ଭୋଗମଣ୍ଡପ ପରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ। ପରମ୍ପରା ଅନୁଯାୟୀ ଦଇତାପତି ସେବକ ମହାପ୍ରଭୁଙ୍କୁ ପଇତାଲାଗି କରିବେ । ଦ୍ବିତୀୟ ଭୋଗମଣ୍ଡପ ପରେ ପତିମହାପାତ୍ର ସେବକ ରତ୍ନସିଂହାସନକୁ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବନକଲାଗି କରିବା କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଅପରାହ୍ନ ପ୍ରାୟ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା ସୂଚନା ଦେଇଛନ୍ତି।
Related Posts
୫ବର୍ଷ ଶିଶୁର କାଟି ଦେଲା ଗଳା, ଦୁର୍ବୃତ୍ତକୁ କାବୁ କଲେ ଗ୍ରାମବାସୀ
28 January 2021