ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

Published By : Prameya-News7 Bureau | December 18, 2019 IST

ପୁରୀ ୧୮।୧: ଆଜି କରାଯିବ ଶ୍ରୀଜିଉଙ୍କ ଶୀମୁଖ ସିଂହାର ଅର୍ଥାତ୍ ବନକ ଲାଗି ନୀତି । ଆଜି ଅପରାହ୍ନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ବିତୀୟ ଭୋଗ ମଣ୍ଡପ ନୀତି ଅନୁଷ୍ଠିତ ପରେ ବନକଲାଗି କରାଯିବ । ଦତ୍ତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଏହି ସେବା କରିବେ ।

{"id":199146,"sizeSlug":"large"}

ଏହି ବିଶେଷ ନୀତି ପାଇଁ ଭକ୍ତମାନେ ୪ ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ । ଅପରାହ୍ନ ୨ଟା ୩୦ ମିନିଟ୍ ରୁ ସନ୍ଧ୍ୟା ୬ଟା ୩୦ମିନିଟ୍ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି ।

{"id":199147,"sizeSlug":"large"}

ଠାକୁରଙ୍କ ବନକଲାଗି ନୀତି ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ହେବ ।  ଦତ୍ତ ମହାପାତ୍ର ସେବକମାନେ ଠାକୁରଙ୍କ ଶୀମୁଖ ସିଂହାର କରିବାକୁ ଗର୍ଭଗୃହକୁ ପ୍ରବେଶ କରିବେ । ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଂଖ, କେଶର, କର୍ପୂର, କଇଥ ଅଠା, କସ୍ତୁରି ଓ କଳା ଆଦି ବ୍ୟବହାର କରାଯାଇଥାଏ । ଏହାଦ୍ବାରା ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ଶ୍ରୀବୃଦ୍ଧି ଘଟିଥାଏ ।

{"id":199148,"sizeSlug":"large"}

ଏହି ନୀତି ସମ୍ପାଦନ କରିବାରେ ପାଳିଆ ପୂଜାପଣ୍ଡା, ପାଳିଆ ଖୁଣ୍ଟିଆ, ଗରାବଡୁ, ପାଳିଆ ପୁଷ୍ପାଳକ, ଚାଙ୍ଗଡା ମେକାପ, ମୁଦୁଲି ସେବକଙ୍କ ପ୍ରମୁଖ ଭୂମିକା ଥାଏ । ତେବେ ଠାକୁରଙ୍କ ବନକଲାଗି ପାଇଁ ନୀତି ନିର୍ଘଣ୍ଟକୁ ଚାହିଁ ବନକଲାଗି ସମୟ ଧାର୍ଯ୍ୟ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.