ଆଡ଼ପ ମଣ୍ଡପରେ ଶ୍ରୀଜିଉ, ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

Published By : Prameya-News7 Bureau | July 15, 2021 IST

ପୁରୀ ୧୫।୦୭: ଆଡ଼ପ ମଣ୍ଡପରେ ଶ୍ରୀଜୀଉ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଚାଲିଛି ନୀତିକାନ୍ତି । ଆଜି ଗୁରୁବାର ଆଷାଢ ଶୁକ୍ଳ ପଞ୍ଚମୀ ମାସନ୍ତ ତିଥି ଥିବାରୁ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ଦ୍ୱିତୀୟ ଭୋଗ ନୀତି ସମ୍ପନ୍ନ ହେବା ପରେ ଶ୍ରୀଜୀଉଙ୍କ ବନକଲାଗି ନୀତି ବା ଶ୍ରୀମୁଖ ସିଂହାର ନୀତି ଅନୁଷ୍ଠିତ ହେବ । ଦତ୍ତ ମହାପାତ୍ର ସେବକ ମାନେ ମହାପ୍ରଭୁଙ୍କ ଏହି ବିଶେଷ ନୀତି ସମ୍ପାଦକ କରିବେ । କଳା, ଧଳା, ହିରୁତାଳ, ହିଙ୍ଗୁଳ ଆଦି ରଙ୍ଗରେ ମହାବାହୁଙ୍କ ଶ୍ରୀମୁଖ ସିଙ୍ଗାର କରାଯିବ । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.