ବନଦୁର୍ଗାଙ୍କ ମନ୍ଦିରରେ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା, ଘଣ୍ଟ ଘଣ୍ଟା ମାଦଳରେ କମ୍ପିଉଠୁଛି ସାରା ପରିବେଶ

Published By : Prameya-News7 Bureau | October 11, 2021 IST

ସାଲେପୁର, ୧୧/୧୦: ଶକ୍ତିପୀଠମାନଙ୍କରେ ଚାଲିଛି ମାଙ୍କ ପୂଜାର୍ଚ୍ଚନା। କଟକ ଜିଲ୍ଲା ସାଲେପୁର କିଶିନାପୁରର ଆରାଧ୍ୟ ଦେବୀ ମା’ ବନଦୁର୍ଗାଙ୍କ ସପ୍ତମୀ ପୂଜା ଆରମ୍ଭ ହୋଇଯାଇଛି। ବିଜୟା ଦଶମୀ ଯାଏଁ ମା’ଙ୍କର ଷୋଡ଼ଷ ଉପଚାରରେ ପୂଜା ବିଧି ଚାଲିବ। ବ୍ରାହ୍ମ ମୁହୂର୍ତ୍ତରୁ ମାଙ୍କ ସ୍ନାନ ପରେ ମଙ୍ଗଳ ଆଳତି, ବାଲ୍ୟ ଭୋଗ ଓ ଚଣ୍ଡିପାଠରୁ ଆରମ୍ଭ ହୋଇ ସଂଧ୍ୟା ପର୍ଯ୍ୟନ୍ତ ଚାଲିବ।

ମଧ୍ୟାହ୍ନରେ ମଧ୍ୟାହ୍ନ ଭୋଗ, ସଂଧ୍ୟାରେ ସଂଧ୍ୟା ଭୋଗ ସହ ଧୂପ, ଦୀପ ଓ ନୈବେଦ୍ୟ ଅର୍ପଣ କରାଯିବା ସହିତ ଘଣ୍ଟ ଘଣ୍ଟା ମାଦଳରେ କମ୍ପିଉଠୁଛି ସାରା ପରିବେଶ। ପ୍ରତ୍ୟେକ ଦିନ ମା’ଙ୍କର କାଳୀ, ଦୁର୍ଗା, ଲକ୍ଷ୍ମୀ, ସରସ୍ୱତୀ, ଜଗଧାତ୍ରୀ, ମହିସାଂମର୍ଦିନୀ, ବିଭିନ୍ନ ବେଶ ଅନୁଷ୍ଠିତ ହେଉଅଛି। ସରକାରଙ୍କ କୋଭିଡ୍ ନିୟମ ଅନୁସାରେ ଭକ୍ତମାନେ ମାଁଙ୍କର ମାର୍କଣ୍ଡେୟ  ବେଶ ଦର୍ଶନ କରି ପାରିବେ।

wp:embed {"url":"https://www.youtube.com/watch?v=mvgOhaEfzR0","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=mvgOhaEfzR0
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.