ଲୁଚି ଲୁଚି ବିକ୍ରି କରୁଥିଲେ ବାଣ: ସାଧା ପୋଷାକରେ ଆସି ବାନ୍ଧି ନେଲା ପୋଲିସ୍

Published By : Prameya-News7 Bureau | November 12, 2020 IST

ଭଦ୍ରକ୧୨/୧୧: ଲୁଚି ଲୁଚି ବାଣ ବିକ୍ରି କରୁଥିଲେ। ଏ ସଂପର୍କରେ ପୋଲିସକୁ ସୂଚନା ମିଳିବା ପରେ ସାଧା ପୋଷାକରେ ଆସି ପହଞ୍ଚି ଯାଇଥିଲେ। ପରେ ଅତର୍କିତ ଭାବେ ପୋଲିସ ଚଢ଼ାଉ ଆରମ୍ଭ କରିଥିଲା। ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କାର ବାଣ ଜବତ ହୋଇଛି। ଏଥିସହ ସଂପୃକ୍ତ ୩ ଜଣଙ୍କୁ ପୋଲିସ୍ ଅଟକ ରଖିଛି ଭଦ୍ରକ ଟାଉନ ପୋଲିସ।

{"id":360832,"sizeSlug":"large"}

ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ଚରମ୍ପା ନିକଟରେ କଟକଣା ସତ୍ତ୍ୱେ ଚୋରାରେ ବାଣ ବିକ୍ରି ହେଉଥିଲା। ଭଦ୍ରକ ଟାଉନ ପୋଲିସ ଖବର ପାଇବା ମାତ୍ରେ କେତେଜଣ ପୋଲିସ କର୍ମଚାରୀଙ୍କୁ ସାଧା ପୋଷାକରେ ବାଣ କିଣିବା ପାଇଁ ପଠାଇଥିଲା।। ସାଧା ପୋଷାକରେ କର୍ମଚାରୀ ବାଣ କିଣିବା ସହ ଥାନାକୁ ଖବର ଦେଇଥିଲେ। ଟାଉନ ପୋଲିସର ଗୋଟିଏ ଟିମ୍ ଅଚାନକ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କାର ବାଣ ଜବତ କରିବା ସହ ୩ ଜଣଙ୍କୁ ଅଟକ ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.