ଗାଁ ଭିତରେ ପଶିଲା ଭାଲୁ, ଘଉଡାଇବାକୁ ବନ ବିଭାଗ ନାକେଦମ

Published By : Prameya-News7 Bureau | June 17, 2021 IST

ନୀଳଗିରି,୧୭/୬ :  ଗାଁ ଭିତରକୁ ପଶିଲା ଭାଲୁ। ଭାଲୁକୁ ଜଙ୍ଗଲକୁ ଘଉଡ଼ାଇବାକୁ ନାକେଦମ ହେଲା ବନ ବିଭାଗ।ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ମିତ୍ରପୁର ବଣିଆଗାଁ ଅଞ୍ଚଳରେ ଦେଖିବାକୁ ମିଳିଛି ।

ଗାଁରେ ଭାଲୁର ପାଦ୍ରୁଭାବ ଦେଖିବାକୁ ମିଳିଛି। ରାତିରେ କିଛି ଭାଲୁ ପାଖ ସ୍ୱର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଆସିଥିଲେ। ଗୋଟିଏ ଭାଲୁ ଆଉ ଜଙ୍ଗଲକୁ ଯାଇନପାରି ବଣିଆ ବ୍ରାହ୍ମଣ ଗ୍ରାମରେ  ଜଣେ ବ୍ୟକ୍ତିଙ୍କ ବାଡ଼ିରେ ରହିଯାଇଥିଲା।

କିଛି ମାଙ୍କଡ ଭାଲୁକୁ ଦେଖି ରଡି ଛାଡିବାରୁ ସେହି ଗ୍ରାମର ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର ଯାଇ ଦେଖିବା ବେଳକୁ ଭାଲୁଟି ଗଛ ମୂଳରେ ଶୋଇଥିଲା। ବନ ବିଭାଗକୁ ଖବର ଦେବା ପରେ ଗ୍ରାମବାସୀ ଓ ବନବିଭାଗ ଅତି ସତର୍କତାର ସହ ଭାଲୁଟିକୁ ଘଉଡ଼ାଇ ଦେଇଥିଲେ।ପରେ ଭାଲୁଟି ପାଖ ଜଙ୍ଗଲକୁ ପଳାଇ ଯାଇଥିବା ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.