Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

Ban Vs SL: ଆଉଟ୍ ହେବା ପରେ ପିଚ୍‌ରେ ଯୁକ୍ତିତର୍କ କଲେ ବୋଲର-ବ୍ୟାଟସମ୍ୟାନ, ହାହାହାତି ଯାଏଁ ଗଲା କଥା

24/10/2021 at 6:00 PM

ସାରଜା ୨୪।୧୦: ଟି-୨୦ ବିଶ୍ଵ କପ୍‌ରେ ରବିବାର ବଡ ମୁକାବିଲା ଖେଳା ଯାଉଛି। ଭାରତ- ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ଶ୍ରୀଲଙ୍କା-ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି। ଏସିଆ ମହାଦେଶର ଚାରୋଟି ଦଳ ଗୋଟିଏ ଦିନରେ ମୁହାଁମୁହିଁ ହେଉଛନ୍ତି। ଏମିତିରେ ମାହୋଲ ପୂରା ସରଗରମ ରହିଛି। ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଏମିତି କିଛି  ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଥିରେ ବ୍ୟାଟସମ୍ୟାନ ଓ ବୋଲର ପରସ୍ପର ମଧ୍ୟରେ ଯୁକ୍ତିତର୍କ କରିବା ସହ କଥା ହାତାହାତି ପର୍ଯ୍ୟନ୍ତ ଚାଲି ଯାଇଛି।

ବାଂଲାଦେଶ ବ୍ୟାଟସମ୍ୟାନ ଲିଟନ ଦାସ ଆଉଟ୍ ହେବା ପରେ ଯେତେବେଳେ କ୍ରିଜ୍‌ରୁ ପାଭିଲିୟନ ଯାଉଥିଲେ, ସେହି ସମୟରେ ଶ୍ରୀଲଙ୍କାର ବୋଲର ଲାହିରୁ କୁମାରଙ୍କ ସହ ମୁହାଁମୁହିଁ ହୋଇଥିଲେ। ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ବାଂଲାଦେଶର ଅନ୍ୟ ବ୍ୟାଟସମ୍ୟାନ ମହମ୍ମଦ ନଇମ ମଝିରେ ପଶି ଲାହିରୁ କୁମାରଙ୍କୁ ଧକ୍କା ଦେଇଥିଲେ। କିଛି ସେକେଣ୍ଡରେ ଅମ୍ପାୟର ଏବଂ ଅନ୍ୟ ଖେଳାଳି ପହଞ୍ଚି ଦୁହିଁଙ୍କୁ ଅଲଗା କରିଥିଲେ।

ଶ୍ରୀଲଙ୍କାର ବୋଲର ଲାହିରୁ କୁମାର ରବିବାର ଖେଳାଯାଇଥିବା ଏହି ମୁକାବିଲାରେ ପୂରା ଆକ୍ରୋଶରେ ନଜର ଆସିଥିଲେ। ଏହି ହାତାହାତି ପୂର୍ବରୁ ମଧ୍ୟ କୁମାର ରାଗରେ ନୋ ବଲ୍ ପକାଇଥିଲେ, ଯାହା ସିଧା ଓ୍ଵିକେଟ୍ ପାଖରେ ପଡିଥିଲା।

ସୂଚନାଯୋଗ୍ୟ, ସୁପର ୧୨ ରାଉଣ୍ଡରେ ଆଜି ଦୁଇଟି ମୁକାବିଲା ଖେଳାଯାଉଛି। ପ୍ରଥମ ମ୍ୟାଚ୍ ବାଂଲାଦେଶ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୪ ଓ୍ଵିକେଟ୍ ହରାଇ ୧୭୧ ରନ କରିଛି। ଏହା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଖେଳାଯିବ।  

   Related Posts