Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ବାଂଲାଦେଶଠୁ ଦ୍ଵିତୀୟ ଟି-୨୦ରେ ବି ହାରିଲା ଅଷ୍ଟ୍ରେଲିଆ, ନିଷ୍ଫଳ ରହିଲେ ଷ୍ଟାର୍କ-ହେଜେଲଉଡ ଯୋଡି

5/08/2021 at 12:29 AM

ନୂଆଦିଲ୍ଲୀ ୦୫।୦୮: ଟି-୨୦ ବିଶ୍ଵ କପ୍‌ ପୂର୍ବରୁ ଅଷ୍ଟ୍ରେଲିଆର ନିରାଶଜନକ ପ୍ରଦର୍ଶନ ଜାରି ରହିଛି। ଅଷ୍ଟ୍ରେଲିଆ ଦଳ ଦ୍ଵିତୀୟ ଟି-୨୦ରେ ମଧ୍ୟ ବାଂଲାଦେଶ ହାତରୁ ପରାସ୍ତ ହୋଇଛି। ଢାକାର ଶେର ବାଂଲା ଷ୍ଟାଡିୟମରେ ଖେଳାଯାଇଥିବା ଦ୍ଵିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦଳ ୫ ଓ୍ଵିକେଟ୍‌ରେ ଘରୋଇ ଦଳକୁ ପରାଜିତ ହୋଇଛି। ଏହି ବିଜୟ ସହ ବାଂଲାଦେଶ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ୨-୦ରେ ଅଗ୍ରଣୀ ହାସଲ କରିଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ଓ୍ଵିକେଟ୍‌ରେ ୧୨୧ ରନ କରିଥିଲା। ଜବାବରେ ବାଂଲାଦେଶ ୧୮.୪ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ବାଂଲାଦେଶ ପକ୍ଷରୁ ଅଫିଫ ହୁସେନ ସର୍ବାଧିକ ୩୭ ରନର ଅପରାଜିତ ଇନିଂସ ଖେଳି ଦଳକୁ ବିଜୟୀ କରାଇଛନ୍ତି। ଶାକିବ ଅଲ ହାସନ ୨୬, ମେହଦି ହାସନ ୨୩ ଓ ନୁରୁଲ ହସନ ଅପରାଜିତ ୨୨ ରନ କରି ଦଳ ବିଜୟରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି।

ଅଷ୍ଟ୍ରେଲିଆ ଦଳ ମିଚେଲ୍ ଷ୍ଟାର୍କ, ଜୋସ୍ ହେଜେଲଉଡଙ୍କ ପରି ବୋଲରଙ୍କ ଉପସ୍ଥିତିରେ ମଧ୍ୟ ବାଂଲାଦେଶୀ ବ୍ୟାଟସମ୍ୟାନଙ୍କୁ ଅଟକାଇପାରି ନଥିଲେ। ଷ୍ଟାର୍କ ୩ ଓଭରରେ ୧ ଓ୍ଵିକେଟ୍ ନେଇ ୨୮ ରନ ବ୍ୟୟ କରିଥିଲେ। ବାଂଲାଦେଶର ଧିମା ପିଚରେ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନଙ୍କ କ୍ରମାଗତ ଦ୍ଵିତୀୟ ମ୍ୟାଚ୍‌ରେ ନିରାଶଜନକ ପ୍ରଦର୍ଶନ କରିଛନ୍ତି। ମିଚେଲ୍ ମାର୍ଶ(୪୫) ବାଦ୍ ଦେଲେ ଅଧିନାୟକ ମାଥ୍ୟୁ ଓ୍ଵାଦେ ୫, ଟର୍ଣ୍ଣର ୩, ଫିଲିପି ୧୦, ଆଲେକ୍ସ କେରି ୧୧ ରନ କରି ଦଳକୁ ନିରାଶ କରିଛନ୍ତି। ହେନରିକ୍ସ ୩୦ ରନର ଇନିଂସ ଖେଳିଥିଲେ ମଧ୍ୟ ଦଳ ପାଇଁ ତାହା ପର୍ଯ୍ୟାପ୍ତ ହୋଇନାହିଁ। ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରେହମାନ ୩ ଓ୍ଵିକେଟ୍ ନେଇ ଅଷ୍ଟ୍ରେଲିଆ ଦଳକୁ ବଡ ସ୍କୋର କରିବାକୁ ଦେଇ ନାହାନ୍ତି। ଶୋରିଫୁଲ ଇସଲାମ ୨ ଓ ଶାକିବ ଉଲ ହସନ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ଧିମା ପିଚ୍‌ରେ ଚିତ୍ କଙ୍ଗାରୁ

ବାଂଲାଦେଶରେ ଅଷ୍ଟ୍ରେଲିଆ ବ୍ୟାଟସମ୍ୟା ଧିମା ପିଚ୍‌ରେ ପ୍ରତିଟି ରନ ପାଇଁ ସଂଘର୍ଷ କରିବାକୁ ପଡିଛି। ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ଫିଲିପି ଓ ଆଲେକ୍ସ କେରିଙ୍କ ଯୋଡି ତୃତୀୟ ଓଭରରେ ଭାଙ୍ଗିଥିଲା।  ମେହଦି ହାସନ ସିରିଜ୍‌ରେ ଲଗାତାର ଦ୍ଵିତୀୟ ଥର କେରିଙ୍କୁ ୧୧ ରନରେ ଆଉଟ୍ କରିଥିଲେ। ଏହା ପରେ ମୁସ୍ତାଫିଜୁର ରେହମାନ ଫିଲିପିଙ୍କୁ ବୋଲ୍ଡ କରି ପାଭିଲିୟନ ପଠାଇଥିଲେ। ମିଚେଲ୍ ମାର୍ଶ ଓ ହେନରିକ୍ସ ଅର୍ଦ୍ଧଶତକୀୟ ଭାଗିଦାରୀ ଯୋଡିଥିଲେ। ମାତ୍ର ଦ୍ରୁତ ରନ କରିବା ପ୍ରୟାସରେ ହେନରିକ୍ସ ଶାକିବଙ୍କ ବଲରେ ବୋଲ୍ଡ ହୋଇଥିଲେ। ଏହା ପରେ  ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ପ୍ରତିଟି ରନ ପାଇଁ ସଂଘର୍ଷ କରିଥିଲେ। ଅଷ୍ଟ୍ରେଲିଆ ୧୨୧ ରନରେ ସୀମିତ ରହିଥିଲା।

ଜବାବରେ ବାଂଲାଦେଶର ଆରମ୍ଭ ନିରାଶଜନକ ଥିଲା। ସୌମ୍ୟ ସରକାର ନିଜର ଦ୍ଵିତୀୟ ବଲରେ ହିଁ ବୋଲ୍ଡ ହୋଇଥିଲେ। ମହମ୍ମଦ ନଇମ ୯ ରନ କରି ହେଜେଲଉଡଙ୍କ ଶିକାର ହୋଇଥିଲେ। ଏହା ପରେ ଶାକିବ ଅଲ ହସନ ୨୬ ଓ ମେହଦି ହାସନ ୨୩ ରନ କରି ବାଂଲାଦେଶ ସ୍କୋରକୁ ୫୦ ଅତିକ୍ରମ କରାଇଥିଲେ। ହେଲେ ଶାକିବ, ମହମଦୁଲ୍ଲାହ ଓ ମେହଦି ହାସନଙ୍କ ଓ୍ଵିକେଟ୍ ଦଳ ଶୀଘ୍ର ହରାଇ ମୁସ୍କିଲରେ ପଡିଥିଲା। ବାଂଲାଦେଶ ଏକଦା ୬୭ ରନରେ ୫ ଓ୍ଵିକେଟ୍  ହରାଇଥିଲା। ହେଲେ ଅଫିଫ ହୁସେନ ଅପରାଜିତ ୩୭ ଏବଂ ନୁରୁଲ ହସନ ଅପରାଜିତ ୨୨ ରନ କରି ବାଂଲାଦେଶକୁ ସହଜ ବିଜୟ ଦେଇଥିଲେ।

   Related Posts