Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯିବା ଉପରେ ଲାଗିଲା ରୋକ୍: ବସ୍‌ରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ଅନୁମତି

26/04/2021 at 3:21 PM

ଜୟପୁର ୨୬/୦୪ : ରାଜସ୍ଥାନରେ କରୋନା ମହାମାରୀର ଦ୍ୱିତୀୟ ଲହରକୁ ରୋକିବାକୁ ଗେହଲତ ସରକାର ଆକ୍ସନ ମୋଡ଼କୁ ଆସିଛନ୍ତି। ଏପ୍ରିଲ ୨୬ ତାରିଖ, ସୋମବାର ସକାଳ ୫ଟା ରୁ ପ୍ରାଇଭେଟ ଯାନବାହାନ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯିବାଆସିବା ଉପରେ ରୋକ ଲଗାଯାଇଛି। ସକାଳ ୫ଟା ରୁ ବସ ଛାଡି ଅନ୍ୟ ଗାଡି ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯିବା ଉପରେ ରୋକ ଲଗାଇଛନ୍ତି।

ପ୍ରାଇଭେଟ ଗାଡିକୁ କେବଳ ଅତ୍ୟାବଶ୍ୟକ ସେବା ପାଇଁ ଡ୍ରାଇଭର୍ ସହ ୫୦ ପ୍ରତିଶତ କ୍ଷମତା ଯାଏଁ ଯିବାକୁ ଅନୁମତି ମିଳିଛି। ରାଜସ୍ଥାନରେ କରୋନା ମହାମାରୀ ଘାତକ ରୂପ ନେଇଛି। ସଂକ୍ରମଣ ରୋକିବାକୁ ରାଜସ୍ଥାନ ଗୃହ ବିଭାଗ ୨୩ ତାରିଖରେ ନୂଆ ଗାଇଡଲାଇନ ଜାରି କରିଥିଲେ। ଏହା ସୋମବାର ଠାରୁ ଲାଗୁ ହୋଇଛି।

ନୂଆ ଗାଇଡଲାଇନରେ ସରକାର କଟକଣା ଆହୁରି କଡାକଡି କରିଛନ୍ତି। ମେଡିକାଲ ଏମେର୍ଜେନ୍ସି ଓ ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ବିନା ଅନୁମତି ପ୍ରାପ୍ତ ଯାତ୍ରୀ ପ୍ରାଇଭେଟ୍ ଗାଡିରେ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାତ୍ରା କରିପାରିବେନି। ଏହି ନିୟମ ପୁରା ରାଜ୍ୟରେ ଲାଗୁ ହୋଇଛି। ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯିବାକୁ ବସରେ ୫୦ ପ୍ରତିଶତ ଯାତ୍ରୀ ହିଁ ଯାତ୍ରା କରିପାରିବେ। ସରକାରୀ ଗାଇଡଲାଇନ ଉଲଙ୍ଘନ କଲେ ଜରିମାନା ସହ ଦଣ୍ଡ ମଧ୍ୟ ଦିଆଯିବ। ଉଲଙ୍ଘନକାରୀଙ୍କ ବିରୋଧରେ ମହାମାରୀ ଆକ୍ଟ ୨୦୦୫ ଅନୁସାରେ ଓ ରାଜ୍ୟ ସରକାରଙ୍କ ଆଇନ ଉଲଙ୍ଘନ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏଲପିଜି ବିତରଣ ସେବା ଗ୍ରାହକଙ୍କ ପାଇଁ ପ୍ରାତଃ ୬ଟା ରୁ ସନ୍ଧ୍ୟା ୫ଟା ଯାଏଁ ଅନୁମତି ମିଳିଛି। ନୂଆ ଗାଇଡଲାଇନରେ ସରକାର ଆଂଶିକ ଆଶ୍ବସ୍ତି ମଧ୍ୟ ପ୍ରଦାନ କରିଛନ୍ତି। ଆଗରୁ ଏଲପିଜି ବିତରଣ ସମୟସୀମା ଅପରାହ୍ନ ୧୨ଟା ଯାଏଁ ଥିଲା। ପ୍ରାଇଭେଟ୍ ବାହାନ ସକାଳ ୭ଟା ରୁ ଅପରାହ୍ନ ୧୨ଟା ମଧ୍ୟରେ ପେଟ୍ରୋଲ ପମ୍ପରୁ ପେଟ୍ରୋଲ-ଡିଜେଲ ନେଇପାରିବେ। ୧୨ଟା ପରେ ପ୍ରାଇଭେଟ୍ ବାହାନକୁ ତେଲ ଦିଆଯିବ ନାହିଁ। ସାର୍ବଜନିକ ବାହାନ ଓ ମାଲବାହୀ ଗାଡିଗୁଡିକ ପୂର୍ବ ଭଳି ପେଟ୍ରୋଲ-ଡିଜେଲ ମିଳିବ।

   Related Posts