Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ରାଣୀ ପଣ୍ଡାଙ୍କ ମତୁଆଲା ନାଚ ଆଉ ଖଣ୍ଡଗିରି ଯାତ୍ରାରେ ଦେଖି ପାରିବେ ନାହିଁ ଯାତ୍ରା ପ୍ରେମୀ- ଦର୍ଶକ ସଂଖ୍ୟା କମିବ କହିଲେ କଳାକାର

25/01/2020 at 10:28 PM

ବାଲେଶ୍ୱର  ୨୫।୦୧ – ଓଡିଆ ଯାତ୍ରା ମଂଚରେ ଆଉ ଦେଖିବାକୁ ମିଳିବ ନାହିଁ ସେକ୍ସି ଡ୍ୟାନ୍ସ । ଭୂବନେଶ୍ବର ଖଣ୍ଡଗିରି ମାଘ ମେଳାର ଯାତ୍ରା ମହାକୁମ୍ଭରେ ଅଶ୍ଳୀଳ ନୃତ୍ୟକୁ ରୋକ୍ ଲଗାଇଛି ମହାନଗର ନିଗମ । ଏହାକୁ ନେଇ ବିଭିନ୍ନ ମହଲରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅଶ୍ଳୀଳ ନୃତ୍ୟ ଭଳି ଅଶ୍ଳୀଳ ଦୃଶ୍ୟ ପାଇଁ ବି ଲକ୍ଷ୍ମଣ ରେଖା ଟଣା ଯାଉ ବୋଲି କତେକ କହୁଥିବା ବଳେ, ଅନେକ ବି ଶାଳୀନତା ଭିତରେ ନୃତ୍ୟ ଜାରି ରଖିବାକୁ କହିଛନ୍ତି । ତବେ ସେ ରେକର୍ଡ ଡ୍ୟାନ୍ସ ହେଉ କି ନକେଡ୍ ଡ୍ୟାନ୍ସ , ମଂଚରେ ମଲୋଡି ବନ୍ଦ ହୋଇଗଲେ , ଦର୍ଶକଙ୍କ ସଂଖ୍ୟା କମିଯିବ ବୋଲି ଯାତ୍ରା ପ୍ରେମୀ କହିଛନ୍ତି ….  

–  ଖଣ୍ଡଗିରି ଯାତ୍ରା ମେଳାରେ ଏଥର ଆଉ ରାନୀ ପଣ୍ଡାଙ୍କ ନୃତ୍ୟ ଦେଖି ପାରିବେ ନାହିଁ ଯାତ୍ରା ପ୍ରେମୀ । ଅଶ୍ଳୀଳ ନୃତ୍ୟ ପାଇଁ ଲକ୍ଷ୍ମଣ ରେଖା ଟାଣି ଦେଇଛି ଭୂବନେଶ୍ବର ମହାନଗର ନିଗମ । ଗତ ବର୍ଷ ଖଣ୍ଡଗିରି ଯାତ୍ରାରେ ରାନୀ ପଣ୍ଡାଙ୍କ ସେକ୍ସି ଡ୍ୟାନ୍ସ ଚର୍ଚ। ହେଉଥିଲା । ଆଉ ଏଥର ସେସବୁ ରିପିଟ୍ ହେବ ନାହିଁ । ପୋଷାକ ଆଉ ଅଙ୍ଗ ପ୍ରଦର୍ଶନ ପାଇଁ ଅଙ୍କୁଶ ଲାଗିଯାଇଛି । ଏଭଳି ନିଷ୍ପତି କତେକ ସ୍ବାଗତ କରୁଥିବା ବଳେ ଆଉ କିଛି ବିରୋଧ ବି କରୁଛନ୍ତି । 

ଓଡିଆ ଯାତ୍ରାରେ ଅନେକ ଅଶ୍ଳୀଳ ଦୃଶ୍ୟ ରହିଛି । ରେପ୍ ସିନର ଦୃଶ୍ୟକୁ ଫେମିଲି ନେଇ ଦେଖି ହେବ ନାହିଁ , ସେସବୁ ଦୃଶ୍ୟକୁ ବ୍ୟାନ୍ ନକରି ନୃତ୍ୟୁ କାହିଁକି ବ୍ୟାନ୍ କରାଗଲା.. ଆଉ ଯାତ୍ରାରେ ଏଭଳି ନୃତ୍ୟ ପରିବେଷଣ ନହଲେ ଦର୍ଶକଙ୍କ ସଂଖ୍ୟା କମିବ ବୋଲି ଅନେକ ଯାତ୍ରା ପ୍ରେମୀ କହିଛନ୍ତି । 

କେତବଳେ ମଂଚର ଷ୍ଟଂ ଡ୍ୟାନ୍ସକୁ ନେଇ କିଏ ପ୍ରଶ୍ନ ଉଠାଇଲାଣି ତ ପୁଣି ସେକ୍ସି ଡ୍ୟାନ୍ସ ଉପରେ ରୋକ୍ ଲାଗିଲାଣି ।

   Related Posts