ବିଦେଶ ଯିବାକୁ ଚାହୁଁଥିଲେ କରିବାକୁ ପଡିବ ଅପେକ୍ଷା, ଜୁଲାଇ ୩୧ ଯାଏଁ ଆନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଜାରି ରହିବ କଟକଣା

Published By : Prameya-News7 Bureau | June 30, 2021 IST

ନୂଆଦିଲ୍ଲୀ ୩୦।୬: କରୋନା ମହାମାରୀ ଯୋଗୁଁ ଭାରତରେ ନିର୍ଦ୍ଧାରିତ ଆନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକକୁ ୩୧ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛି ଡିଜିସିଏ । ଏହି ପ୍ରତିବନ୍ଧକ ଆନ୍ତର୍ଜାତୀୟ ଅଲ୍-କାର୍ଗୋ ଅପରେସନ୍ ଏବଂ ବିମାନ ଚଳାଚଳ ନିୟାମକ ଦ୍ବାରା ଅନୁମୋଦିତ ବିମାନଗୁଡିକ ପାଇଁ ପ୍ରଯୁଜ୍ୟ ହେବ ନାହିଁ । ଉଦ୍ଧିଷ୍ଟ ଦେଶଗୁଡିକ ସହିତ ଦ୍ବିପାକ୍ଷିକ ଏୟାର ବବଲ ଚୁକ୍ତିନାମା ଅନୁଯାୟୀ ଚାଲୁଥିବା ବିମାନଗୁଡିକ ଜାରି ରହିବ ।

ସାରା ଦେଶରେ ୨୩ ମାର୍ଚ୍ଚ ୨୦୨୦ରୁ ଲଲଡାଉନ୍ ଲାଗୁ ହେବା ପରଠାରୁ ଆନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀ ବିମାନ ଚଳାଚଳ ସ୍ଥଗିତ ରଖାଯାଇଛି।  କିନ୍ତୁ ମେ’ ୨୦୨୦ଠାରୁ ବନ୍ଦେ ଭାରତ ମିଶନ ଅଧୀନରେ ସ୍ବତନ୍ତ୍ର ଆନ୍ତର୍ଜାତୀୟ ବିମାନ ଉଡାଣ କରୁଛି । ଅଟକି ରହିଥିବା ଯାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ବନ୍ଦେ ଭାରତ ମିଶନ ଚଲାଯାଇଥିଲା ଏବଂ ଅନେକ ଦେଶ ସହିତ ଏୟାର ବବଲ ଚୁକ୍ତି ମଧ୍ୟ କରାଯାଇଥିଲା।  ବର୍ତ୍ତମାନ ଭାରତରେ ୨୪ଟି ଦେଶ ସହିତ ଦ୍ବିପାକ୍ଷିକ ଏୟାର ବବଲ ଚୁକ୍ତି ରହିଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷରେ ଦେଶବ୍ୟାପୀ ଲକଡାଉନ୍ ଯୋଗୁଁ ଭାରତୀୟ ବିମାନ ଉଦ୍ୟୋଗ ଏବେ କ୍ଷତିରୁ ଉଠିବା ପାଇଁ ଚେଷ୍ଟ କରୁଛି । ମହାମାରୀର ଦ୍ବିତୀୟ ଲହର ଅପ୍ରେଲରେ ଦେଶକୁ ଆସିଥିଲା । ଯାହା ଫଳରେ ସାରା ଦେଶରେ ବିମାନ ଚଳାଚଳ କମ୍ ହୋଇଥିଲା । ବିଶେଷ କରି ଯେତେବେଳେ ଅନ୍ୟ ଦେଶ ଦ୍ବାରା ଭାରତକୁ ବିମାନ ଉଡାଣ ନିଷେଧ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.