Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||

ଭାରତରେ ବ୍ୟାନ୍ ଟିକଟକକୁ କରି ଦେଇପାରେ ଦେବାଳିଆ : ୪୭କୋଟି ଡାଉନଲୋଡ , ଶହ ଶହ କୋଟି ଟଙ୍କାର କାରବାର …

30/06/2020 at 10:59 AM

ନୂଆଦିଲ୍ଲୀ ୩୦/୬: ଭାରତ ସରକାର ୫୯ ଚାଇନିଜ୍ ଆପ୍ସକୁ ବ୍ୟାନ୍ କରି ଦେଇଛି ଯାହାକୁ ଚୀନ ବିରୁଦ୍ଧରେ ଡିଜିଟାଲ୍ ସର୍ଜିକାଲ୍ ଷ୍ଟ୍ରାଇକ୍ ମଧ୍ୟ କୁହାଯାଇଥାଏ। ସରକାର ଏହି ନିଷ୍ପତ୍ତି ଦ୍ବାରା ଚୀନକୁ କଡ଼ା ମ୍ୟାସେଜ ଦେଇଥିବାବେଳେ ଭାରତରେ ମୋଟା ରକମ ଆୟ କରୁଥିବା ୟୁଜର୍ସ ଡାଟା ସହ ଖେଳ କରୁଥିବା କମ୍ପାନୀକୁ ତଗଡ଼ା ଝଟକା ଦେଇଛି। ଟିକଟକ୍ ଭଳି ଆପ୍ ପାଇଁ ଭାରତ ଏକ ବହୁତ ବଡ଼ ମାର୍କେଟ୍ ଥିଲା,ଯାହା ସହାୟତାରେ ବାଇଟ୍ ଡାନ୍ସ ଭଳି କମ୍ପାନୀ ଫେସବୁକ୍ ଭଳି କମ୍ପାନୀକୁ ଟକ୍କର ଦେବାର ସ୍ବପ୍ନ ଦେଖୁଥିଲା।

କିଛି ବର୍ଷ ମଧ୍ୟରେ ଟିକଟକ୍ ଭାରତରେ ନିଜର ସ୍ଥାନ ଦୃଢ଼ କରିଥିଲା। କୋଟି କୋଟି ମୋବାଇଲରେ ଆପ୍ ଡାଉନଲୋଡ ଦ୍ବାରା ଟିକଟକ୍ ଖୁବ୍ ଆୟ କରିବାକୁ ଲାଗିଥିଲା। ୨୦୧୯ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ମାସ ମଧ୍ୟରେ ଏହି ଆପ୍ ଦ୍ବାରା କମ୍ପାନୀକୁ ୨୫କୋଟି ଟଙ୍କାର ରାଜସ୍ବ ମିଳିଥିବାବେଳେ ଏବର୍ଷ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ କମ୍ପାନୀ ୧୦୦କୋଟି ଟଙ୍କାର ରେଭେନ୍ୟୁର ଲକ୍ଷ୍ୟ ରଖିଥିଲା। ଆପରେ ବିଜ୍ଞାପନ ଜରିଆରେ କମ୍ପାନୀର ଆମଦାନୀରେ ଲଗାତାର ହ୍ରାସ ହେଉଥିଲା।

ଭାରତରେ ଟିକଟକକୁ ପାଖାପାଖି ୪୭କୋଟି ଥର ଡାଉନଲୋଡ କରାଯାଇ ସାରିଥିଲା। ଏହାର ମୋଟ ୟୁଜର୍ସଙ୍କ ୩୦ପ୍ରତିଶତ ଭାରତରେ ଥିଲା। ରେଭେନ୍ୟୁ ମାମଲାରେ ଏହି ଆପ୍ ଫେସବୁକର ପଛରେ ଥିବାବେଳେ ୟୁଜର୍ସ ବେସ୍ ମାମଲାରେ ଏହା ଫେସବୁକ୍ ଭଳି ଦିଗ୍ଗଜ କମ୍ପାନୀକୁ ପଛରେ ଛାଡ଼ି ଦେଇଥିଲା।

ଟିକଟକ୍ ବ୍ୟତୀତ ସେୟାର ଇଟ୍,ୟୁସି ବ୍ରାଉଜର,ୟୁସି ନ୍ୟୁଜ,ହେଲୋ,ଲାଇକି,ଓ୍ବିଚ୍ୟାଟ୍,ଭିଗୋ,କ୍ୟାମ୍ ସ୍କାନର,କ୍ଲିନ୍ ମାଷ୍ଟର ଭଳି ଆପ୍ ପାଇଁ ଭାରତ ଏକ ବହୁତ ବଡ଼ ମାର୍କେଟ୍ ଥିଲା। ଅଧିକତର ଆପ୍ସର ୟୁଜର ବେସ୍ କୋଟିରେ ଥିଲା ଏବଂ ଏଗୁଡ଼ିକ ଖୁବ୍ ଆୟ କରୁଥିଲା। ୟୁସି ବ୍ରାଉଜର ଦେଶରେ ଗୁଗଲ୍ କ୍ରୋମ ପରେ ସବୁଠୁ ବଡ଼ ବ୍ରାଉଜର ହୋଇଯାଇଥିଲା।

ସରକାର ଭିନ୍ନ ଭିନ୍ନ ଉପାୟରେ ୫୯ମୋବାଇଲ୍ ଆପକୁ ଦେଶର ମାଲିକାନା,ଅଖଣ୍ଡତା ଏବଂ ଜାତୀୟ ସୁରକ୍ଷା ପାଇଁ ପୂର୍ବାଗ୍ରହ ରଖୁଥିବା କହି ସେଥିରେ କଟକଣା ଲଗାଇଛି। ଆଇଟି ମନ୍ତ୍ରଣାଳୟ ସୋମବାର ଜାରି ହୋଇଥିବା ଏକ ଆଧିକାରିକ ବୟାନରେ କହିଥିଲା ଯେ ସେମାନଙ୍କୁ ବିଭିନ୍ନ ସ୍ରୋତରେ ଅନେକ ଅଭିଯୋଗ ମିଳିଛି,ଯେଉଁଥିରେ ଆଣ୍ଡ୍ରଏଡ ଏବଂ ଆଇଓଏସ୍ ପ୍ଲାଟଫର୍ମରେ ଉପଲବ୍ଧ କିଛି ମୋବାଇଲ୍ ଆପର ଦୁରୂପଯୋଗ ବିଷୟରେ ଅନେକ ରିପୋର୍ଟ ସାମିଲ ରହିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଏହି ଆପ୍ ବ୍ୟବହାରକାରୀଙ୍କ ଡାଟା ଚୋରି କରି ସେଗୁଡ଼ିକୁ ଭାରତ ବାହାରେ ସ୍ଥିତ ସର୍ଭରକୁ ଅନଧିକୃତ ଭାବେ ପଠାଉଛି।

   Related Posts