Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ପଟ୍ଟାମୁଣ୍ଡାଇ ବଜାରରେ ବିକ୍ରି ହେଉଛି ନିଷିଦ୍ଧ ମେଡିସିନ : ପ୍ରଶ୍ନ ଉଠିଛି ବେଆଇନ ବିକ୍ରିର ତଦାରଖ କରାଯାଉନାହିଁ କାହିଁକି ?

16/11/2018 at 6:59 PM

କେନ୍ଦ୍ରାପଡା ୧୬/୧୧ : ୩୨୯ଟି କମ୍ପୋଜିସନର ମେଡିସନକୁ ଗତ ସେପ୍ଟେମ୍ବର ୧୨ ତାରିଖରୁ ନିଷିଦ୍ଧ କରିଛନ୍ତି ସରକାର। ହେଲେ ଏବେ ବି ଏହି ଔଷଧ ମିଳୁଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବଜାରରେ । ସରକାରୀ କଟକଣାକୁ ଫୁ କରି ଉଡ଼ାଇଛନ୍ତି ଔଷଧ ଦୋକାନୀ ଆଉ ପଟ୍ଟାମୁଣ୍ଡାଇ ଚିକିତ୍ସାଳୟ କର୍ମଚାରୀ ।

ଦେଖନ୍ତୁ ଏ ମେଡିସିନକୁ । ଏ ହେଉଛି ସେଇ ମେଡିସିନ ଯାହାର କମ୍ପୋଜିନକୁ ନିଷିଦ୍ଧ କରିଛନ୍ତି କେନ୍ଦ୍ର ସରକାର । ଏମିତି ୩୨୯ଟି କମ୍ପୋଜିସନକୁ ଗତ ସେପ୍ଟେମ୍ବର ୧୨ ତାରିଖରୁ ନିଷିଦ୍ଧ କରାଯାଇଛି। କିନ୍ତୁ ବିଡ଼ମ୍ବନାର କଥା ହେଉଛି ଏବେ ବି ଅନେକ ନିଷିଦ୍ଧ ମେଡିସିନ ପଟ୍ଟାମୁଣ୍ଡାଇ ବଜାରରେ ବିକ୍ରି ହେଉଛି। ଖାଲି ବିକ୍ରି ହେଉନି ଦୋକାନୀ ମେଡିସିନର ରସିଦ ମଧ୍ୟ ଦେଉଛନ୍ତି । ପଟ୍ଟା ମୁଣ୍ଡାଇ ମେଡିକାଲ ପାଖରୁ ମାତ୍ର କେଇ ହାତ ଦୂରରେ ଏସବୁ ମେଡିସିନ ବିକ୍ରି ହେଉଛି, ହେଲେ କେହି ଏଥିପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି।

ପଟ୍ଟାମୁଣ୍ଡାଇ ବଜାରରେ ରହିଛି ୩୦ରୁ ଅଧିକ ମେଡିସିନ ଦୋକାନ । ଦେକାନୀମାନଙ୍କର କହିବା କଥା ଏନେଇ ସେମାନଙ୍କ ନିକଟକୁ ଡିଆଇରୁ ଚିଠି ଆସିଛି, ହେଲେ ପୁରୁଣା ଷ୍ଟକ ରହିଯାଇଥିବାରୁ ଏସବୁ ବିକ୍ରି ଚାଲିଛି। କେବଳ ଘରୋଇ ମେଡିସିନ ଦୋକାନ କାହିଁକି ଖୋଦ୍ ସରକାରୀ ହସ୍ପିଟାଲରେ ନିରାମୟ କେନ୍ଦ୍ରରେ ମଧ୍ୟ ଏହି ଔଷଧ ମିଳୁଛି । ତେବେ ଡାକ୍ତରଙ୍କ କହିବା କଥା ୧୦ରୁ ୧୫ ଦିନ ହେବ ଏହି ନିଷିଦ୍ଧ ଔଷଧ ସବୁ ନିରାମୟରୁ ସରିଯାଇଛି।  ଆଉ ଯଦି ଏହି ମେଡିସିନ ଆଗରୁ ରୋଗୀ ଖାଉଥିଲେ ମଧ୍ୟ କିଛି ହେଉନଥିଲା, ଏବେ ଅସୁବିଧା କେଉଁଠି ବୋଲି ଓଲଟି ପ୍ରଶ୍ନ କରିଛନ୍ତି ଡାକ୍ତର ।

ପ୍ରଶ୍ନ ଉଠୁଛି ଯଦି ଏସବୁ ମେଡିସିନ ଖାଇଲେ କୌଣସି ଅସୁବିଧା ନାହିଁ, ସରକାର କାହିଁକି ରୋକ୍ ଲଗାଇଛନ୍ତି । ଆଉ ଯଦି ଏହା ଉପରେ ରୋକ ଲାଗିଛି ଏହାର ବେଆଇନ ବିକ୍ରିର ତଦାରଖ କରାଯାଉନାହିଁ କାହିଁକି।…

   Related Posts