ନ୍ୟୁଜିଲାଣ୍ଡ ଠାରୁ ଶୋଚନୀୟ ପରାଜୟ ପରେ ଟ୍ବିଟରରେ ଟ୍ରେଣ୍ଡ ହେଉଛି #BanIPL, ମେଣ୍ଟର ଧୋନୀଙ୍କୁ ନେଇ ଉଠିଲା ପ୍ରଶ୍ନ

Published By : Prameya-News7 Bureau | November 01, 2021 IST

ନୂଆଦିଲ୍ଲୀ ୦୧/୧୧ : ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ରବିବାର ଖେଳାଯାଇଥିବା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ ଟିମ ଇଣ୍ଡିଆର ଶୋଚନୀୟ ପରାଜୟ ପରେ ଏବେ ତୀବ୍ର ସମାଲୋଚନା କରାଯାଉଛି । ନ୍ୟୁଜିଲାଣ୍ଡ ଠାରୁ ଶୋଚନୀୟ ପରାଜୟକୁ ଗ୍ରହଣ କରିପାରୁନାହାନ୍ତି ଭାରତୀୟ କ୍ରିକେଟ ପ୍ରେମୀ । ଦୁବାଇରେ ଖେଳାଯାଇଥିବା ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ କେନ୍ ଓ୍ବିଲିୟମସନଙ୍କ ନ୍ୟୁଜିଲାଣ୍ଡ ବିରାଟ ବ୍ରିଗେଡ୍‌କୁ ୮ ଓ୍ବିକେଟରେ ପରାସ୍ତ କରିଥିଲା । ଲଗାତାର ୨ଟି ପରାଜୟ ପରେ ଟିମ ଇଣ୍ଡିଆର ସେମିଫାଇନାଲ ଖେଳିବା ଆଶା କ୍ଷୀଣ ହୋଇଯାଇଛି ।

ନ୍ୟୁଜିଲାଣ୍ଡ ଠାରୁ ପରାଜିତ ହେବାପରେ ଭାରତୀୟ କ୍ରିକେଟ ପ୍ରେମୀ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ବିଭିନ୍ନ ମତ ଦେଖିବାକୁ ମିଳୁଛି । ଇଣ୍ଡିଆନ ପ୍ରିମିୟର ଲିଗ୍‌ (IPL) ବ୍ୟାନ୍‌ ହେବା ଦାବି ଏବେ ଟ୍ବିଟରରେ ଟ୍ରେଣ୍ଡ ହେବାରେ ଲାଗିଛି । ଟ୍ବିଟର ୟୁଜର #BanIPL ଲେଖି ପୋଷ୍ଟ କରୁଛନ୍ତି । ପ୍ରଶଂସକଙ୍କ କହିବା କଥା ଯେ, ଅନ୍ତରାଷ୍ଟ୍ରୀୟ ସ୍ତରରେ ଯେଉଁଠି ଭାରତୀୟ ଦଳ ଦୟନୀୟ ପ୍ରଦର୍ଶନ କରୁଛି ସେଠି ଭାରତରେ ଏତେ ଦାମୀ ଲିଗ୍‌ କରି କଣ ଫାଇଦା ?

wp:html /wp:html

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କୁ ପ୍ରବଳ ବିରୋଧ କରୁଛନ୍ତି କ୍ରିକେଟ ପ୍ରଶଂସକ । ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ବିପକ୍ଷରେ ଦଳର ଦୟନୀୟ ପ୍ରଦର୍ଶନ ପାଇଁ ଟ୍ବିଟରରେ ଟ୍ରୋଲ ହେଉଛି ଆଇପିଏଲ । ଏହା ସହିତ ମେଣ୍ଟର ଧୋନୀଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ଲାଗିଛି । ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ପାଇଁ ମହେନ୍ଦ୍ର ସିଂହ ଧୋନୀଙ୍କୁ ଭାରତୀୟ ଦଳର ମେଣ୍ଟର ନିଯୁକ୍ତି କରିଥିଲା ବିସିସିଆଇ । ଧୋନୀଙ୍କ ନେତୃତ୍ବରେ ଭାରତୀୟ ଟିମ ୨୦୦୭ରେ ଟି ୨୦ ବିଶ୍ବକପ ଜିତିଥିଲା ।

wp:html /wp:html

ବିଶ୍ବକପରେ ଲଗାତାର ଦ୍ବିତୀୟ ପରାଜୟ ପରେ ଟିମ ଇଣ୍ଡିଆ ଗ୍ରୁପ୍‌-୨ରେ ୫ମ ସ୍ଥାନରେ ରହିଛି । ୨ୟ ମ୍ୟାଚ ଜିତି ନ୍ୟୁଜିଲାଣ୍ଡ ତୃତୀୟ ସ୍ଥାନକୁ ଉଠିଛି । ୩ଟି ଯାକ ମ୍ୟାଚ ଜିତି ୬ ପଏଣ୍ଟ ସହ ପାକିସ୍ତାନ ଗ୍ରୁପ୍‌ର ପ୍ରଥମ ସ୍ଥାନରେ ଥିବାବେଳେ ଆଫଗାନିସ୍ତାନ ୨ୟ ସ୍ଥାନରେ ରହିଛି । ନାମିବିୟା ୪ର୍ଥ ସ୍ଥାନ, ଭାରତ ୫ମ ଏବଂ ସ୍କଟଲାଣ୍ଡ ଅନ୍ତିମ ସ୍ଥାନରେ ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.