Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଚୀନ୍ ଆପ୍‌କୁ ନେଇ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ଆଇଟି ବିଭାଗ ଜାରି କଲା ନୋଟିସ୍, ଜାଣନ୍ତୁ ପୁଣି ଫେରିବ କି ଟିକ୍‌ଟକ୍‌ !

24/01/2021 at 12:20 PM

ନୂଆଦିଲ୍ଲୀ, ୨୪/୦୧: ଟିକ୍ଟକ୍ ସମେତ ଚୀନ୍ର ଅନ୍ୟ ଆପ୍ଗୁଡ଼ିକ ଉପରେ ଲାଗିଥିବା ପ୍ରତିବନ୍ଧକ ଆଗକୁ ଜାରି ରହିବ । ଏନେଇ ସରକାର ବ୍ୟାନ୍ ଆପ୍ଗୁଡ଼ିକୁ ନୋଟିସ୍ ପଠାଇଥିବା ଜଣାପଡ଼ିଛି । ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଏହି ନେଟିସ୍ ଜାରି କରିଛି । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ବ୍ୟାନ୍ ଆପ୍ଗୁଡ଼ିକର ପ୍ରଶ୍ନକୁ ସମୀକ୍ଷା କରିସାରିବା ପରେ ଏହି ନୋଟିସ୍ ସେମାନଙ୍କ ପାଖକୁ ପଠାଇଛି । ଏ ନେଇ ଟିକ୍‌ଟକ୍, ସରକାର ନୋଟିସ୍ ପଠାଇଥିବା ସ୍ୱୀକାର କରିଛି ।

ଟିକ୍‌ଟକ୍ ଜଣେ ବରିଷ୍ଠ ଅଧିକାରୀ ଏହି ନୋଟିସ୍‌କୁ ନେଇ କହିଛନ୍ତି ଯେ, ସରକାର ପଠାଇଥିବା ନୋଟିସ୍‌ର ବିଚାର କରାଯାଉଛି ଏବଂ ଖୁବ୍ ଶିଘ୍ର ଏହାର ଜବାବ ଦିଆଯିବ । ଟିକ୍‌ଟକ୍ ଦେଶର ଆଇନ୍-କାନୁନ୍ ଓ ନିୟମାବଳୀକୁ ପାଳନ କରିବା ପାଇଁ ସଦା ବେଳେ ପ୍ରୟାସ କରିଆସୁଛି । ସରକାରଙ୍କ କୌଣସି ପ୍ରଶ୍ନର ସମାଧାନ ପାଇଁ କମ୍ପାନୀ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯାଉଛି । ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବା କମ୍ପାନୀର ବଡ଼ ଦ୍ୱାୟିତ୍ୱ ବୋଲି ଅଧିକାରୀ କହିଛନ୍ତି ।

ସୂଚନା ଥାଉକି ୨୦୨୦, ଜୁନ୍ ପହିଲାରେ ଭାରତ ସରକାର ୫୯ଟି ଏବଂ ସେପ୍ଟେମ୍ୱରରେ ୧୧୮ଟି ଆପ୍ ଉପରେ ପ୍ରତିବନ୍ଧକ ଲାଗାଇଦେଇଥିଲେ । ଏଥିରେ ଟିକ୍‌ଟକ୍ ଏବଂ ପବ୍‌ଜି ଭଳି ଲୋକପ୍ରିୟ ଆପ୍ ସାମିଲ୍ ଥିଲା । ୨୯ ଜୁନ୍ରୁ ଟିକ୍‌ଟକ୍ ଏହାକୁ ପଳନ କିରଥିଲା । ତେବେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ୬୯କ ଧାରାରେ ଏହି ପ୍ରତିବନ୍ଧକ ଲଗାଇଥିଲେ । ଏହି ଆପ୍ଗୁଡ଼ିକ ଭାରତୀୟଙ୍କ ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ପ୍ରତି ବିପଦ ବୋଲି ସରକାର ଦର୍ଶାଇଥିଲେ ।

   Related Posts