Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

ଭାସିଗଲା ଗୋବରୀ ନଦୀର ବାଉଁଶ ପୋଲ, ୩ଟି ପଞ୍ଚାୟତକୁ ଯାତାୟତ ଠପ୍

2/08/2019 at 11:02 AM

ମହାକାଳପଡା ୨|୮: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ୍ ଗୋବରି ନଦୀ ମିଲନମୋଡଠାରେ ଥିବା ବାଉଁଶ ପୋଲ ଭାସିଗଲା । ଫଳରେ ୩ଟି ପଞ୍ଚାୟତର ଲୋକମାନଙ୍କ ଯାତାୟତ ଠପ୍ ହୋଇଯାଇଛି । ବଡଦାଣ୍ଡୁଆ ପଂଚାୟତରୁ ବଡପାଳ ଯାତାୟତ ସୁବିଧା ପାଇଁ ଏକ ବାଉଁଶ ପୋଲ ନିର୍ମ।ଣ ହୋଇଥିଲା । ଏହି ବାଉଁଶ ପୋଲ ଉପରେ ମହାକାଳପଡା ବ୍ଲକର କଂସାର ବଡଦାଣ୍ଡୁଆ, ବହଢି, ସୁନିତି, ପଂଚାୟତର ଲୋକମାନେ ନିର୍ଭର କରନ୍ତି । ଏହି ପୋଲରେ ସାଇକେଲ, ମଟର ସାଇକେଲ, ସହଜରେ ପାର ହୋଇ ପାରୁଥିଲେ ।

ହେଲେ ନଦୀରେ ଜୁଆର ଆସିବା ଫଳରେ ପୋଲ ଭାସିଯାଇଛି । ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଠାରେ ସ୍ଥାୟୀ ସେତୁ ପାଇଁ ବାରମ୍ବାର ଦାବି ହେବା ପରେ ୨୦୧୪ରେ ଏକ ହାଇଲେବୁଲ ବ୍ରିଜ୍ ନିର୍ମ।ଣ ପାଇଁ ଶୁଭାରମ୍ଭ ହୋଇଛି । ଏହି ବ୍ରିଜ୍ କାମ ୨ ବର୍ଷରେ ସରିବା କଥା ମାତ୍ର ଆଜି ପର୍ଯ୍ୟନ୍ତ କାମ ଅଧାପନ୍ତରିଆ ହୋଇ ପଡିରହିଛି । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି ।

   Related Posts