Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଆତଙ୍କବାଦୀଙ୍କ ବିରୋଧରେ ବାହାଦୂରୀ ସହ ଲଢିଥିବା ଶୌର୍ଯ୍ୟ ଚକ୍ର ବିଜେତା ବଲବିନ୍ଦର ସିଂହଙ୍କୁ ହତ୍ୟା

16/10/2020 at 4:25 PM

ଅମୃତସର ୧୬।୧୦: ଶୌର୍ଯ୍ୟ ଚକ୍ରରେ ସମ୍ମାନିତ ବଲବିନ୍ଦର ସିଂହଙ୍କୁ ପଞ୍ଜାବର ତରଣ ତାରଣ  ଜିଲ୍ଲାରେ ଶୁକ୍ରବାର ଅଜଣା ଆତତାୟୀ ଗୁଳି କରି ହତ୍ୟା କରିଛନ୍ତି। ପୋଲିସ କହିଛି ଆକ୍ରମଣକାରୀ ମୋଟର ସାଇକେଲ୍‌ରେ ଆସି ବଲବିନ୍ଦର ସିଂହଙ୍କୁ ସେହି ସମୟରେ ହତ୍ୟା କରିଛନ୍ତି, ଯେତେବେଳେ ସେ ଭିଖିଭିଣ୍ଡ ଗାଁରେ ନିଜ ଘରେ ଲାଗିରହିଥିବା ଦପ୍ତରରେ ଥିଲେ। ତାଙ୍କୁ ଗୁଳି କରି ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି।

ବଲବିନ୍ଦର ସିଂହ(୬୨) ଅନେକ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ଆତଙ୍କବାଦ ବିରୋଧରେ ବାହାଦୂରୀ ସହ ଲଢେଇ କରିଛନ୍ତି। ଆତଙ୍କବାଦୀ ମଧ୍ୟ ଅନେକ ଥର ତାଙ୍କ ଉପରେ ଆକ୍ରମଣ କରିଛନ୍ତି। ବଲବିନ୍ଦର ସିଂହଙ୍କ ଭାଇ ରଞ୍ଜିତ ସିଂହ କହିଛନ୍ତି, ରାଜ୍ୟ ସରକାର ତରଣ ତାରଣ ପୋଲିସର ସୁପାରିସ କ୍ରମେ ଏକ ବର୍ଷ ପୂର୍ବେ ତାଙ୍କଠୁ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରି ନେଇଥିଲେ। ତାଙ୍କ ପୂରା ପରିବାର ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ରହିଥିଲା।

ପ୍ରତିରକ୍ଷା  ମନ୍ତ୍ରଣାଳୟ ୧୯୯୩ରେ ବଲବିନ୍ଦରଙ୍କୁ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରିଥିଲା। ତାଙ୍କ ବାହାଦୂରୀକୁ ନେଇ ବୃତ୍ତ ଚିତ୍ର ମଧ୍ୟ ତିଆରି ହୋଇଛି।

   Related Posts