ପାକିସ୍ତାନରେ ବଢ଼ୁଛି ଚିନ୍‌ର ଅଡ଼ୁଆ, ଇକୋନୋମିକ୍‌ କରିଡର୍‌କୁ ବଲୋଚିସ୍ତାନର ତୀବ୍ର ବିରୋଧ, ନାଚାର ଇମ୍ରାନ

Published By : Prameya-News7 Bureau | July 31, 2021 IST

ବଲୋଚିସ୍ତାନ, ୩୧/୦୭: ପାକିସ୍ତାନ ଭିତରେ ଅଶାନ୍ତି । ବଲୋଚିସ୍ତାନର ଲୋକମାନେ ପୁଣିଥରେ ପାକିସ୍ତାନ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଗ୍ୱାଦର ଅଞ୍ଚଳରେ ଲୋକେ ଇମ୍ରାନ ସରକାରଙ୍କ କାର୍ଯ୍ୟକଳାପକୁ ନେଇ ଅତିଷ୍ଠ ହୋଇଛନ୍ତି । ସେମାନଙ୍କ କହିବା କଥା ପାକିସ୍ତାନ ଇକୋନୋମିକ୍‌ କରିଡର କାରଣରୁ ଅଞ୍ଚଳବାସୀଙ୍କ ଚାକିରୀ ଯାଉଛି ।

ଏକ ନ୍ୟୁଜ୍‌ ଏଜେନ୍ସିର ରିପୋର୍ଟ ଅନୁଯାୟୀ ବଲୋଚିସ୍ତାନର ଜନସାଧାରଣଙ୍କ ପାଖରେ ମାତ୍ର ଦୁଇଟି ବିକଳ୍ପ ରହିଛି । ଗୋଟିଏ ସମୁଦ୍ରରେ ବୁଡ଼ି ମରିବା ଏବଂ ଆଉ ଗୋଟିଏ ସୈତାନର ଅତ୍ୟାଚାର ମୁଣ୍ଡପାତି ସହିନେବା । ସେମାନଙ୍କ ପାଇଁ ସିପିଇସି ବା ଚିନ୍‌-ପାକିସ୍ତାନ ଇକୋନୋମିକ୍‌ କରିଡର୍ ଏକ ଐତିହାସିକ ସମସ୍ୟା ରୂପେ ଛିଡ଼ା ହୋଇଛି ।

ପ୍ରଦର୍ଶନକାରୀଙ୍କ କହିବା ମୁତାବକ ଏହି କରିଡର ହେବା ପୂର୍ବରୁ ସେମାନଙ୍କୁ ବିଭିନ୍ନ ଲୋଭନୀୟ ପ୍ରସ୍ତାବ ଦିଆଯାଇଥିଲା । ପରେ କିନ୍ତୁ ଏହାକୁ ପାକିସ୍ତାନ ସରକାର ପବନରେ ଉଡ଼ାଇଦେଲା ଭଳି ଭୁଲିଗଲେ । ଓଲଟା ଏବେ ଅଞ୍ଚଳବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଉଛନ୍ତି । ଏହାକୁ ନେଇ ପ୍ରତିବାଦ କଲେ ମଧ୍ୟ ପାକିସ୍ତାନ ସରକାର ଶୁଣୁନଥିବା ସେମାନେ ଅଭିଯୋଗ କରିଛନ୍ତି ।

ପାକିସ୍ତାନ ଏହିକୁ ୧୯୪୮ ମସିହାରେ ନିଜ କବ୍‌ଜାକୁ ନେଇଥିଲା । ଏହି ଅଞ୍ଚଳରେ ଖଣିଜ ପଦାର୍ଥ ଏବଂ ଗ୍ୟାସ୍‌ର ଭଣ୍ଡାର ରହିଛି । ଯାହାକି ପାକିସ୍ତାନରେ ଗ୍ୟାସ୍‌ ଚାହିଦାକୁ ପୂରଣ କରୁଛି । କିନ୍ତୁ ପାକିସ୍ତାନ ସରାକର ସେମାନଙ୍କୁ ଅବହେଳିତ କରି ରଖିଥିବା ସେମାନେ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.