ପଡ଼ୋଶୀଙ୍କ ଘରେ ମୋବାଇଲ୍ ରିଚାର୍ଜ କରିବାକୁ ଯାଇଥବାବେଳେ ନାବାଳିକାଙ୍କୁ ଗଣଦୁଷ୍କର୍ମ

Published By : Prameya-News7 Bureau | December 11, 2018 IST

ବାଲୋଦ ୧୧/୧୨: ଦଲ୍ଲୀ ରାଜହରା ଥାନା ଅଞ୍ଚଳରେ ଶନିବାର ରାତିରେ ପଡ଼ୋଶୀଙ୍କଘରେ ମୋବାଇଲ୍ ରିଚାର୍ଜ କରିବାକୁ  ଯାଇଥିବାବେଳେ ନାବାଳିକାଙ୍କୁ ଦୁଇ ଜଣ ଦୁଷ୍କର୍ମ କରିଛନ୍ତି।ଅଭିଯୁକ୍ତ ପ୍ରଥମେ ନାବାଳିକାଙ୍କୁ ଟାଣି ଜଙ୍ଗଲକୁ ନେଇଯାଇଥିଲେ ଏବଂ ଦୁଷ୍କର୍ମ କରିବା ପରେ ଛାଡ଼ିପଳାଇଥିଲେ। ପରଦିନ ନାବାଳିକା ଜଣକ ପରିବାର ଲୋକଙ୍କୁ ସବୁ କଥା କହିବାରୁ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା।ଏହାପରେ ପରିବାରଲୋକେ ଥାନାରେ ଦୁଇଜଣଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ସୂଚନା ଅନୁସାରେ ଝିକାଟୋଲା ଗାଁରେ ଜଣେ ନାବାଳିକା ଶନିବାର ରାତିରେରାତି ପ୍ରାୟ ୯ଟାରେ ପଡ଼ୋଶୀଘରେ ରହୁଥିବା ନନ୍ଦୁରାମଙ୍କ ଘରେ ମୋବାଇଲ୍ ରିଚାର୍ଜ କରିବାକୁ ଯାଇଥିଲେ।ଏହି ସମୟରେ ନନ୍ଦୁରାମ ତାଙ୍କୁ ଧରିଦେଇଥିଲେ ଏବଂ ଅସଦାଚରଣ କରିବାକୁ ଲାଗିଥିଲେ। ଏହି ସମୟରେ ନନ୍ଦୁରସାଙ୍ଗ ଭଗବାନ ଗୈାଡ଼ ମଧ୍ୟ ସେହି ସ୍ଥାନରେ ଆସି ପହଞ୍ଚିଥିଲା।

ଦୁଇ ଜଣ ଯୁବକ ନାବାଳିକାଙ୍କ ମୁହଁରେ କପଡ଼ା ପୂରାଇ ତାକୁ ଜଙ୍ଗଲ ଭିତରକୁଟାଣି ନେଇଯାଇଥିଲେ। ଜଂଗଲ ଭିତରେ ନାବାଳିକାକୁ ଦୁଷ୍କର୍ମ କରିବା ସହ ତାଙ୍କୁ ସେଠାରେ ଛାଡ଼ି ପଳାଇଥିଲେ।ଏହା ପରେ ନାବାଳିକା ଜଣକ କୈାଣସି ପ୍ରକାରେ ଘରେ ପହଞ୍ଚିଥିଲେ ଏବଂ ଭୟଭୀତ ଥିବାରୁ କାହାକୁ କିଛିନକହି ଶୋଇ ପଡ଼ିଥିଲେ।

ପର ଦିନ ଯନ୍ତ୍ରଣାରେ ଛଟପଟ ହୋଇ ପରିବାର ଲୋକଙ୍କୁ ସବୁ କଥା କହିଥିଲେ।ଏଥି ପାଇଁ ରବିବାର ଦିନ ଗାଁରେ ବୈଠକ ଡକାଯାଇଥିଲା। ଏହି ବୈଠକରେ ସ୍ଥିର କରାଯାଇଥିଲା ଯେ ଦୁଇଜଣଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ପରେ ପରିବାର ଲୋକେ ଥାନାରେପହଞ୍ଚି ଅଭିଯୋଗ କରିଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.