ବଲୁଚିସ୍ତାନ ବିଶ୍ବବିଦ୍ୟାଳୟ ନିକଟରେ ବିସ୍ଫୋରଣ, ଜଣେ ମୃତ, ୧୭ ଆହତ

Published By : Prameya-News7 Bureau | October 18, 2021 IST

ଇସ୍ଲାମାବାଦ ୧୮/୧୦: ପାକିସ୍ତାନର କ୍ବେଟାରେ ଥିବା ବଲୁଚିସ୍ତାନ ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକ ପାଖରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ଏନେଇ ପାକିସ୍ତାନ ଗଣମାଧ୍ୟମରୁ ସୂଚନା ମିଳିଛି । ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ସୁରକ୍ଷା ଅଧିକାରୀ ସେହି ଅଞ୍ଚଳକୁ ସମ୍ପୂର୍ଣ୍ଣ ରୂପେ ଘେରାବନ୍ଦୀ କରିବା ସହ ଛାନଭିନ୍‌ ଆରମ୍ଭ କରିଛନ୍ତି । ବଲୁଚିସ୍ତାନ ସରକାରଙ୍କ ପ୍ରବକ୍ତା ଲିୟାକତ ଶାହବାନୀ କହିଛନ୍ତି, ବିଶ୍ବବିଦ୍ୟାଳୟ ଗେଟ ବାହାରେ ଥିବା ଏକ ପୋଲିସ ଟ୍ରକକୁ ଟାର୍ଗେଟ କରାଯାଇଥିଲା। ବିସ୍ଫୋଟକ ଏକ  ବାଇକ୍‌ରେ ରଖାଯାଇଥିଲା।

ଶାହବାନୀ  ଆହୁରି କହିଛନ୍ତି ଯେ ବିସ୍ଫୋରଣ ପାଇଁ ଦାୟୀ ଦୋଷୀମାନଙ୍କୁ ଖୁବଶୀଘ୍ର ଧରାଯିବା ସହ ନ୍ୟାୟର କାଠଗଡ଼ାରେ ଛିଡ଼ା କରାଯିବ। ବିସ୍ଫୋରଣରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେ​‌ଳେ ୧୭ ଜଣ  ଆହାତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.