Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ବଲୁଚ୍ ନେତ୍ରୀ କହିଲେ ମୋଦି ଆମର ହିରୋ, ଦେଶ ସ୍ୱାଧୀନ ହେଲେ ପ୍ରଥମ ହେବ ତାଙ୍କ ପ୍ରତିମୂର୍ତ୍ତି ନିର୍ମାଣ

10/08/2019 at 8:02 PM

ନୂଆଦିଲ୍ଲୀ୧୦|୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବଡ ପ୍ରତିକ୍ରିୟା ଦେଇଛନ୍ତି ବଲୁଚ ମହିଳା ନେତ୍ରୀ ନାୟଲା କାଦରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହିଛନ୍ତି ‘ହିରୋ’। ପାକିସ୍ତାନ ଓ ଚୀନ ମିଶି ବଲୁଚ ଜାତିକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି। ଏଣୁ ପାକିସ୍ତାନ ଅଧିନରୁ ବଲୁଚୀସ୍ତାନକୁ କେବଳ ମୋଦି ହିଁ ସ୍ୱାଧୀନ କରାଇ ପାରିବେ ବୋଲି କାଦରୀ ଆଶାବ୍ୟକ୍ତ କରିଥିବା ବେଳେ ଯଦି ସେଇଆ ହିଁ ହୁଏ ସ୍ୱାଧୀନ ବଲୁଚୀସ୍ତାନରେ ପ୍ରଥମେ ନରେନ୍ଦ୍ର ମୋଦିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବ ବୋଲି  ଘୋଷଣା କରିଛନ୍ତି। 

କାଦରୀ କହିଛନ୍ତି ଯେ ବଲୁଚୀସ୍ତାନ ନିଜର ସ୍ୱାଧୀନତା ପାଇଁ ଲଢ଼େଇ କରୁଛି। ନରେନ୍ଦ୍ର ମୋଦି ଯେଉଁଭଳି ନିଷ୍ପତି ନେଲେ ବିଶ୍ୱର କୌଣସି ନେତା ଏପର୍ଯ୍ୟନ୍ତ ନେଇ ନାହାନ୍ତି। ତାଙ୍କ ପଦକ୍ଷେପ ବିରୋଧରେ ବିଶ୍ୱର ଜଣେ ବି ନେତା ଏପର୍ଯ୍ୟନ୍ତ ମୁହଁ ଖୋଲି ପାରି ନାହାନ୍ତି  ବୋଲି କହିଛନ୍ତି କାଦରୀ । ପାକିସ୍ତାନ ଦୀର୍ଘ ୭୦ ବର୍ଷ ହେଲା ବଲୁଚୀସ୍ତାନ ଉପରେ ଅତ୍ୟଚାର ଚଳାଇ ଆସୁଛି। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି । ଏଣୁ ମୋଦି ବଲୁଚୀସ୍ତାନ ପାଇଁ କୌଣସି ହିରୋଙ୍କ ଠାରୁ କମ୍ ନୁହଁନ୍ତି।  ସେ ଆମର ଭାଇ ବୋଲି କହିଛନ୍ତି  ବଲୁଚ ନେତ୍ରୀ କାଦରୀ ।

କ୍ୱାଦରୀ କହିଛନ୍ତି ଯେ, ପାକିସ୍ତାନ ଅଧିନରୁ ବଲୁଚୀସ୍ତାନକୁ ରକ୍ଷା କରିବାରେ କେବଳ ଭାରତ ହିଁ ତାଙ୍କୁ ସାହାଯ୍ୟ କରିପାରିବ। ଏହାଦ୍ୱାରା ବଲୁଚ୍ ମାନେ ପାକିସ୍ତାନକୁ ମଧ୍ୟ କଡ଼ା ଜବାବ ଦେଇପାରିବେ। ବଲୁଚ ମାନଙ୍କୁ ଭାରତର କେବଳ ସୈନ୍ୟବଳର ଆବଶ୍ୟକତା ରହିଛି। ଭାରତର ଏହି ସାହାଯ୍ୟ ହିଁ ବଲୁଚୀସ୍ତାନକୁ ପାକିସ୍ତାନ କବଳରୁ  ମୁକ୍ତ କରିପାରିବ। କାଦରୀ କହିଛନ୍ତି ଯେ, ବଲୁଚର ହିନ୍ଦୁ ଦେବୀ ‘ହିଙ୍ଗଲାଜ ମାତା’ଙ୍କ ଦର୍ଶନ ନିମନ୍ତେ କୌଣସି ଭାରତୀୟଙ୍କୁ ଭିସାର ଆବଶ୍ୟକତା ପଡିବ ନାହିଁ।  ଅନ୍ୟପକ୍ଷରେ ପାକିସ୍ତାନକୁ ଇସ୍ଲାମର ବଡ ଶତ୍ରୁ ବୋଲି ସେ କହିଛନ୍ତି । ଇସ୍ଲାମ ନାମରେ ସାରା ବିଶ୍ୱରେ ଆତଙ୍କ ଖେଳାଇଛି ପାକିସ୍ତାନ। ବର୍ତ୍ତମାନ ସୁନ୍ଧା ୩୦ ଲକ୍ଷ ବେଙ୍ଗଲୀ ମୁସ୍ଲିମ, ୪୦ ଲକ୍ଷ ଆଫଗାନ ମୁସ୍ଲିମ୍ ଓ ୨ ଲକ୍ଷରୁ ଅଧିକ ବଲୁଚ ମୁସ୍ଲିମଙ୍କୁ ପାକିସ୍ତାନ ହତ୍ୟା କରିସାରିଲାଣି ବୋଲି କାଦରୀ ଅଭିଯୋଗ କରିଛନ୍ତି ।

   Related Posts