ରାସ୍ତାରୁ ମିଳିଲା ଦୁଇଟି ବାଲଟ୍ ବକ୍ସ ; ୨ ସରକାରୀ କର୍ମଚାରୀ ନିଲମ୍ବିତ

Published By : Prameya-News7 Bureau | December 08, 2018 IST

ରାଜସ୍ଥାନ ୦୮|୧୨: ରାସ୍ତାରେବାଲଟ ବକ୍ସ । ରାଜସ୍ଥାନର ବାରନ ଜିଲ୍ଲା କିସାନଗଞ୍ଜ ବିଧାନସଭା ନିର୍ବାଚନ ମଣ୍ଡଳିର ଦୁଇଟି ବାଲଟ୍ବକ୍ସ ରାସ୍ତାରୁ  ଜବତ ହୋଇଛି । ଏହି ଘଟଣାରେ ଦୁଇଜଣସରକାରୀ କର୍ମଚାରୀଙ୍କୁ ନିଳମ୍ବିତ କରିଛନ୍ତି ନିର୍ବାଚନ ଅଧିକାରୀ । କିସନଗଞ୍ଜ ନିର୍ବାଚନ ମଣ୍ଡଳିରଶାହାବାଦ ରାସ୍ତାରେ ଗତକାଲି ରାତିରେ ଦୁଇଟି ବାଲାଟ ୟୁନିଟ୍  ପଡ଼ିଥିବା ଜଣାପଡ଼ିଥିଲା । ଏହି ଖବର ପାଇବା ପରେ ପୋଲିସ ଓପ୍ରଶାସନ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଏହି ଦୁଇଟି ବାଲାଟ ୟୁନିଟ୍ କୁ ଜବତ କରିଥିଲେ । ଏହାପରେଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଜବତ ହୋଇଥିବା ଏହି ଦୁଇଟି ବାଲାଟ ୟୁନିଟ୍ କୁସୁରକ୍ଷିତ ଭାବେ କିସନଗଞ୍ଜ  ଷ୍ଟ୍ରଙ୍ଗ ରୁମ୍ ରେ ରଖାଯାଇଛି।ତେବେ ବାଲାଟ ୟୁନିଟ୍  କିପରି ରାସ୍ତାରେ ପଡ଼ିଲା ତାରତୁରନ୍ତ ତଦନ୍ତ କରି ରିପୋର୍ଟ କରିବାକୁ କିଶନଗଞ୍ଜ ଉପଜିଲ୍ଲାପାଳଙ୍କୁ ଦାୟିତ୍ବ ଦିଆଯାଇଥିଲା। ତେବେତଦନ୍ତ ରିପୋର୍ଟ ଆଧାରରେ ଦୁଇଜଣ ସରକାରୀ କର୍ମଚରୀଙ୍କୁ କାର୍ଯ୍ୟରୁ ନିଳମ୍ବିତ କରାଯାଇଛି । ସେମାନେହେଲେ ଅବଦୁଲ ରଫିକ୍  ଓ ପଟୱାରି ନବଲ ସିଂହ ବୋଲି ଜଣାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.