ଯୁବତୀଙ୍କୁ ଭେଟିବା ପରେ କଏଦୀ ଖାଇଲା ବିଷ : ଛଟପଟ ହୋଇ ହେଲା ମୃତ୍ୟୁ

Published By : Prameya-News7 Bureau | June 27, 2019 IST

ବଲିୟା ୨୭/୬: ଉତ୍ତରପ୍ରଦେଶର ବଲିୟା ଜିଲ୍ଲାରେ ଏକ ବଡ଼ ଖବର ସାମନାକୁ ଆସିଛି। ଏଠାରେ ଜିଲ୍ଲା କାରାଗାରରେ ଜଣେ କଏଦୀ ସନ୍ଦିଗ୍ଧ ଅବସ୍ଥାରେ ବିଷ ଖାଇଛି। ଏହି ଘଟଣା ପରେ ପୂରା ଜେଲ୍ ପରିସରରେ ହଇଚଇ ସୃଷ୍ଟି ହୋଇଛି। ତୁରନ୍ତ କଏଦୀକୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ କଏଦୀ ଜଣକ ଛଟପଟ ହୋଇ ମୃତ୍ୟୁବରଣ କରିଛି।

ଏପଟେ କଏଦୀର ମୃତ୍ୟୁ ପରେ ଜେଲ୍ ଅଧିକାରୀଙ୍କ ଚିନ୍ତା ବଢିଯାଇଛି। ଜେଲ୍ ଅଧୀକ୍ଷକ କଏଦୀର ମୃତ୍ୟୁର ସୂଚନା ଜିଲ୍ଲାଧିକାରୀଙ୍କୁ ଦେଇଛନ୍ତି। ସୂଚନା ପାଇ ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀଙ୍କ ଟିମ୍ ପହଞ୍ଚି ମୃତ କଏଦୀକୁ ଦେଖିବା ସହ ଜେଲର ନିରୀକ୍ଷଣ କରିଥିଲେ। କୁହାଯାଉଛି ଯେ ମୃତ କଏଦୀ ନିଜ ପତ୍ନୀଙ୍କ ହତ୍ୟା ଅପରାଧରେ ଜେଲରେ ଥିଲା।

ଆହୁରି ମଧ୍ୟ କୁହାଯାଉଛି ଯେ କଏଦୀଙ୍କୁ ଭେଟିବା ପାଇଁ ଜଣେ ଯୁବତୀ ଜେଲକୁ ଆସିଥିଲେ। ଏହାପରେ କଏଦୀ ବିଷାକ୍ତ ପଦାର୍ଥ ଖାଇ ଦେଇଥିଲା। ବିଚାରଧୀନ କଏଦୀର ମୃତ୍ୟୁ ପରେ ଜେଲ୍ ଅନ୍ୟ କଏଦୀଙ୍କ ମଧ୍ୟରେ  ଆସନ୍ତୋଷ ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.