Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ମମତା ବାନାର୍ଜୀ ରାକ୍ଷସୀ ଓ ସୈତାନ ପ୍ରକୃତିର ମହିଳା, ସେ ପ୍ରଭୁ ଶ୍ରୀରାମଙ୍କୁ ଶ୍ରଦ୍ଧା କରିପାରିବେ ନାହିଁ, ତାଙ୍କ DNAରେ ଦୋଷ ଅଛି : ବିଜେପି ବିଧାୟକ

24/01/2021 at 10:21 PM

ବଲିଆ ୨୪/୦୧ : ଉତ୍ତର ପ୍ରଦେଶ ବୈରିଆ ବିଧାନସଭା କ୍ଷେତ୍ରରୁ ବିଜେପି ବିଧାୟକ ସୁରେନ୍ଦ୍ର ସିଂହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ‘ରାକ୍ଷସୀ’ ସଂସ୍କୃତିର ବୋଲି କହିବା ସହ ତାଙ୍କ ଡିଏନ୍‌ଏ ଦୋଷ ଥିବା କହିଛନ୍ତି ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ।

କୋଲକାତାରେ ଶନିବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତି ‘ଜୟ ଶ୍ରୀରାମ’ ନାରା ଦେବାରୁ ସଭାରେ ଉପସ୍ଥିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚିହିକି ଉଠିଥିଲେ । ଏହା ସହିତ ଭାଷଣ ମଧ୍ୟ ଦେବାକୁ ମନା କରିଦେଇଥିଲେ । ଏହି ଘଟଣାକୁ ନେଇ ବିଜେପି ବିଧାୟକ, ମମତା ବାନାର୍ଜୀଙ୍କୁ ଏଭଳି ମନ୍ତବ୍ୟ ଦେଇଛନ୍ତି ।

ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ବିଜେପି ବିଧାୟକ ସୁରେନ୍ଦ୍ର ସିଂହ କହିଛନ୍ତି, ‘ମମତା ବାନାର୍ଜୀଙ୍କ DNAରେ ଦୋଷ ଅଛି । ସେ ରାକ୍ଷସୀ ସଂସ୍କୃତିର । କୌଣସି ସୈତାନ ଭଗବାନ ରାମଚନ୍ଦ୍ରଙ୍କୁ ଶ୍ରଦ୍ଧା କରିପାରିବ ନାହିଁ । ମମତା ବାନାର୍ଜୀ ହେଉଛନ୍ତି ବେଇମାନ ଏବଂ ସଇତାନ୍‌ । ସେ ଭଗବାନ ରାମଚନ୍ଦ୍ରଙ୍କୁ ଘୃଣା କରିବା ସ୍ବାଭାବିକ । ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଦଳ ଟିଏମସିର ଗୁଣ୍ଡାମାନେ ଯେଉଁଭଳି ହିଂସା ଭିଆଉଛନ୍ତି ଏବଂ ହତ୍ୟା କରୁଛନ୍ତି ସେଭଳି କାର୍ଯ୍ୟ ଜଣେ ସୈତାନ ହିଁ କରିପାରିବ ’।

   Related Posts