ଲୌହମାନବ ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିବସ: ସର୍ଦ୍ଦାରଙ୍କ ଦ୍ୱାରା ଭାରତ ଆଜି ପ୍ରତ୍ୟକ ସମସ୍ୟାର ସାମ୍ନା କରିବାରେ ସକ୍ଷମ-ମୋଦୀ

Published By : Prameya-News7 Bureau | October 31, 2021 IST

ନୂଆଦିଲ୍ଲୀ ୩୧/୧୦ : ଆଜି ସାରା ଭାରତ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରୁଛି । ଲୌହ ମାନବ ରୂପେ ପରିଚିତ ସର୍ଦ୍ଦାର ବଲ୍ଲବ ଭାଇ ପଟେଲଙ୍କ ଆଜି ଜନ୍ମ ତିଥି। ବିଖଣ୍ଡିତ ଭାରତକୁ ଏକତ୍ର କରିବାରେ ତାଙ୍କର ଅବଦାନ ଥିଲା ଅତୁଳନୀୟ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲବ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ କହିଛନ୍ତି ବଲ୍ଲବ ଜୀ’ଙ୍କ ପ୍ରେରଣା ଦ୍ୱାରା ଭାରତ ଆଜି ସମସ୍ତ ପ୍ରକାର ବାହ୍ୟ ତଥା ଆଭ୍ୟନ୍ତରୀଣ ଆହ୍ୱାନର ମୁକାବିଲା କରିବାରେ ସକ୍ଷମ ହେଉଛି।

ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀ ଉପରେ ସେ ଏକ ଭିଡିଓ ବାର୍ତ୍ତା ଦେଶବାସିଙ୍କ ପାଇଁ ଦେଇଛନ୍ତି। ସେ ଭିଡିଓରେ କହିଛନ୍ତି ସର୍ଦ୍ଦାର ପଟେଲ ସବୁବେଳେ ଚାହୁଁଥିଲେ ଯେ ଭାରତ ସଶକ୍ତ ଓ ସମାବେଶୀ , ସମ୍ବେଦନଶୀଳ ଓ ସତର୍କ, ନମ୍ର ଓ ବିକଶିତ ହେଉ। ସେ ସର୍ବଦା ଦେଶର ସ୍ୱାର୍ଥକୁ ପ୍ରଥମ ସ୍ଥାନରେ ରଖୁଥିଲେ। ଆଜି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତ ସମସ୍ତ ପ୍ରକାର ସମସ୍ୟାର ସାମ୍ନା କରୁଛି ।

{"id":536265,"sizeSlug":"full","linkDestination":"none"}

ମୋଦି କହିଛନ୍ତି ସର୍ଦ୍ଦାର ପଟେଲଙ୍କ ଜୀବନର ପ୍ରତ୍ୟେକ ସମୟକୁ ଏକ ଭାରତ, ଶ୍ରେଷ୍ଠ ଭାରତ" କରିବା ପାଇଁ ଉତ୍ସର୍ଗ କରିଥିଲେ। ସେଥିପାଇଁ ସେ କେବଳ ଇତିହାସରେ ନୁହଁନ୍ତି ଦେଶବାସୀଙ୍କ ହୃଦୟରେ ସ୍ଥାନ ପାଇଛନ୍ତି। "ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମ ଦେଶର କୋଣ ଅନୁକୋଣରେ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମ ତଥା ଆୟୋଜନ ବିଷୟରେ ମୋଦୀ କହିଛନ୍ତି ଆମ ଦେଶ କେବଳ ଭୌଗୋଳିକ ଏକକ ନୁହେଁ ବରଂ ଆଦର୍ଶ, ଧାରଣା, ସଭ୍ୟତା ଓ ସଂସ୍କୃତିର ଉଦାର ମାନଦଣ୍ଡରେ ଭରପୁର।

ସେ କହିଛନ୍ତି, “ଯେଉଁ ଦେଶରେ ଆମେ ୧୩୦ କୋଟିରୁ ଅଧିକ ଭାରତୀୟ ବାସ କରୁ। ତାହା ଆମର ଆତ୍ମା, ଆମର ସ୍ୱପ୍ନ, ଆମର ଆଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଗଣତନ୍ତ୍ରର ମୂଳଦୁଆ ଯାହା ଶତାଧିକ ବର୍ଷ ଧରି ଭାରତୀୟ ସମାଜରେ ବିକଶିତ ହୋଇଛି । ତାହା ଭାରତର ଆତ୍ମାକୁ ସମୃଦ୍ଧ କରିବା ସହ ଭାରତୀୟ ଆଦର୍ଶକୁ ଆଗରେ ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.