ବଲ ଟ୍ୟାମ୍ପରିଂର କଳାଦାଗ କିପରି ଲିଭାଇଲା ଅଷ୍ଟ୍ରେଲିଆ, କାହିଁକି ବିରାଟଙ୍କୁ କଙ୍ଗାରୁର ଏତେ ଭୟ?

Published By : Prameya-News7 Bureau | March 16, 2020 IST

ସିଡନୀ, ୧୬|୦୩: ଯଦି କ୍ରିକେଟ କାହା ପାଇଁ ଧର୍ମ ହୋଇଥାଏ ତେବେ ଅଷ୍ଟ୍ରେଲିଆ ଦଳ ଏହି ଧର୍ମର ସବୁଠାରୁ ବଡ ଦେବତା ଅଟେ। ପିଲାଦିନେ ଭାରତୀୟ ଦଳର ସବୁଠାରୁ ବଡ ଶତ୍ରୁ ରିକି ପଣ୍ଟିଂ ବୋଲି କୁହାଯାଏ। ଭାରତୀୟମାନେ ଅଷ୍ଟ୍ରେଲିଆକୁ ଭାରତଠୁ ହାରୁଥିବା ଦେଖିବାକୁ ଭଲ ପାଆନ୍ତି। ଏହିଭଳି ଭାବେ ଅଷ୍ଟ୍ରେଲିଆ ଟିମ୍ ଭାରତ ପାଇଁ ଏତେ ଗୁରୁତ୍ୱ ବହନ କରିଥାଏ।

{"id":239198,"width":757,"height":426,"sizeSlug":"large"}

ତେବେ ୨, ୩ବର୍ଷ ପୂର୍ବରୁ ଅଷ୍ଟ୍ରେଲିଆ ବିରୋଧରେ ବଲ ଟାମ୍ପରିଂ ଅଭିଯୋଗ ଆସିଥିଲା। ଯାହା ସାରା ବିଶ୍ୱକୁ ଏକ ବଡ ଝଟକା ଦେଇଥିଲା। ଯେଉଁ ଖେଳାଳିଙ୍କ ବିରୋଧରେ ଏହି ଅଭିଯୋଗ ଲାଗିଥିଲା ସେମାନଙ୍କର ଫ୍ୟାନ ସାରା ବିଶ୍ୱରେ ଭରି ରହିଥିଲେ। ଏହି ଝଟକା ପରେ ଅଷ୍ଟ୍ରେଲିଆ ପୁଣି ଥରେ କ୍ରିକେଟରେ ନିଜର ଦବଦବା ଜାହିର କରିଛି। କିନ୍ତୁ ଏହି ୨,୩ ବର୍ଷରେ ଦଳ ସମାଲୋଚନାର ଶିକାର ହୋଇଛି। ବହୁତ କିଛି ଶୁଣିଛି ମଧ୍ୟ। 

ସବୁଠାରୁ ବଡ କଥା ହେଲା ଯେ, ଦଳ ଏହି ଦାଗକୁ ଧୋଇବା ସମୟରେ ତାହା ପାଖରେ ପୂର୍ବତନ କ୍ରିକେଟରମାନଙ୍କ ସମର୍ଥନ ରହିଥିଲା। ପୂର୍ବତନ ଖେଳାଳିମାନେ କିପରି ଲୋକଙ୍କ ବିଶ୍ୱାସଭାଜନ ହୋଇପାରିବ ସେନେଇ ନିରନ୍ତର ଭାବେ ପରାମର୍ଶ ଦେଉଥିଲେ। କିନ୍ତୁ ଭାରତରେ ଭିନ୍ନ ଚିତ୍ର ଦେଖିବାକୁ ମିଳେ। ଏଠାରେ  ପୂର୍ବତନ ଖେଳାଳିଙ୍କୁ ଇଜ୍ଜତ ମିଳିନଥାଏ। ୨୦୧୭ରେ ବିରାଟ କୋହଲି  ଓ ଅନୀଲ କୁମ୍ବଲେଙ୍କ ମଧ୍ୟରେ ଉପୁଜିଥିବା ବିବାଦ ସାରା ଦେଶ ଦେଖିଛି।

{"id":239199,"width":746,"height":419,"sizeSlug":"large"}

ଆମାଜନ ପ୍ରାଇମ ଏହି ସମସ୍ତ କାହାଣୀକୁ ନେଇ ଏକ ଡକ୍ୟୁମେଣ୍ଟାରୀ ରିଲିଜ କରିବାକୁ ଯାଉଛି। ଏଥିରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ପ୍ରତି ବିଶ୍ୱବାସୀଙ୍କ ଭଲପାଇବା ଦେଖିବାକୁ ମିଳିବ। ଏହି ସିରିଜର ନାମ ଦ ଟେଷ୍ଟ୍ ରହିଛି।

ଅଷ୍ଟ୍ରେଲିଆର ସବୁଠୁ ବଡ ଡର କୋହଲି

ଏହି କାହାଣୀରେ ଯଦି ଅଷ୍ଟ୍ରେଲିଆ ଦଳ କୌଣସି ଜଣେ ଖେଳାଳିଙ୍କୁ ଭୟ କରେ ସେ ହେଉଛନ୍ତି ବିରାଟ କୋହଲି। ଏହି କାହାଣୀରେ ଗୋଟିଏ ଅଂଶରେ ଭାରତର ଅଷ୍ଟ୍ରେଲିଆ ଗସ୍ତ ରହିଛି। ୨୦୧୮ରେ ଦଳ ପାକିସ୍ତାନଠୁ ହାରିଥିଲା। ତେବେ ଭାରତ ସେହି ସମୟରେ ଅଷ୍ଟ୍ରେଲିଆ ଗସ୍ତ କରିଥିଲା ଓ ପରାଜିତ ହୋଇଥିଲା। ସେହି ସମୟରେ ଅଷ୍ଟ୍ରେଲିଆର ଫୋକସ ବିରାଟ କୋହଲିଙ୍କ ଉପରେ ରହିଥିଲା। ସେମାନେ କୋହଲିଙ୍କ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.