ଏ ବର୍ଷ ବି ହେବନି ଭୁବନେଶ୍ବର ବାଲିଯାତ୍ରା, କୋଭିଡ କଟକଣା ପାଇଁ କମିଶନରେଟ ପୋଲିସର ନିଷ୍ପତ୍ତି

Published By : Prameya-News7 Bureau | November 14, 2021 IST

ଭୁବନେଶ୍ୱର ୧୪/୧୧ : ଚଳିତ ବର୍ଷ ହେବନି ଭୁବନେଶ୍ବର ବାଲିଯାତ୍ରା । କଟକ ବାଲିଯାତ୍ରା ନହେବା ନେଇ ବିଜ୍ଞପ୍ତି ଜାରି ହେବା ପରେ ଏବେ ଭୁବନେଶ୍ବର ମଧ୍ୟ ଚଳିତ ବର୍ଷ ବାଲିଯାତ୍ରା ହେବନାହିଁ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ । କୋଭିଡ କଟକଣା ପାଇଁ ବାଲିଯାତ୍ରାକୁ ଅନୁମତି ଦେଲାନି କମିଶନରେଟ ପୋଲିସ । ଗତ ବର୍ଷ ମଧ୍ୟ ମହାମାରୀ କାରଣରୁ ଭୁବନେଶ୍ବର ଏବଂ କଟକ ଉଭୟ ବାଲିଯାତ୍ରା ବନ୍ଦ ରହିଥିଲା । ତେବେ ଏ ବର୍ଷ ମଧ୍ୟ କୋଭିଡ କଟକଣା କାରଣରୁ ବାଲିଯାତ୍ରା ହେବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.