ଉଦଘାଟନ ହେଲା କଟକର ପ୍ରସିଦ୍ଧ ବାଲିଯାତ୍ରା

Published By : Prameya-News7 Bureau | November 12, 2019 IST

କଟକ ୧୨।୧୧ -ଉଦଘାଟନ ହେଲା କଟକର ପ୍ରସିଦ୍ଧ ବାଲିଯାତ୍ରା । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଜି କଟକର ଏହି ଐତିହାସିକ ବାଲିଯାତ୍ରାକୁ ଉଦଘାଟନ କରିଛନ୍ତି । ଆଜିର ଉଦଘାଟନୀ ଉତ୍ସବରେ ଆଇନ ମନ୍ତ୍ରୀ ପ୍ରତାପ ଜେନା , ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ,କଟକ ସାଂସଦ ଭର୍ତ୍ତୃହରି ମହତାବ , କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ , ବାଙ୍ଗୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ , କଟକ ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ , ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ସମେତ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ମଧ୍ୟ ଯୋଗ ଦେଇଥିଲେ ।

{"id":183172}

 ଏଥର କଟକ ବାଲିଯାତ୍ରାକୁ ରାଜ୍ୟ ସ୍ତରୀୟ ମାନ୍ୟତା ମିଳିଛି ।  ଏଥର ବାଲିଯାତ୍ରାରେ ସାରାଦେଶର ବିଭିନ୍ନ ସ୍ଥାନରୁ ବ୍ୟବସାୟୀ ମାନେ  ଯୋଗ ଦେଇଛନ୍ତି । ଚଳିତ ବାଲିଯାତ୍ରାରେ୧୦୦୦ରୁ ଅଧିକ ଷ୍ଟଲ  ପଡିଛି । ପ୍ରତି ସନ୍ଧ୍ୟାରେ ଦେଶ ବିଦେଶର କଳାକାରଙ୍କ ଦ୍ବାରା ବୈଷ୍ଣବ ପାଣି ମଞ୍ଚରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ । ...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.