କଟକରେ ବାଲିଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି

Published By : Prameya-News7 Bureau | November 19, 2018 IST

କଟକ୧୯/୧୧:  କଟକରେ ବାଲିଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଯାତ୍ରା ପାଇଁ ଲାଗିଥିବା ଅନିଶ୍ଚିତତା ଦୂର ହୋଇଛି ବୋଲି କୁହାଯାଉଥିଲେ ବି ନିର୍ଦ୍ଧାରିତ ସମୟ ଅର୍ଥାତ ୨୩ ତାରିଖରେ ବାଲିଯାତ୍ରା ପ୍ରସ୍ତୁତି ପୂର୍ଣ୍ଣାଙ୍ଗ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ୨୩ ତାରିଖ ସୁଦ୍ଧା ଷ୍ଟଲ ତିଆରି କାମ ମଧ୍ୟ ସରିବ ନାହିଁ ବୋଲି କହିଛି ବ୍ୟବସାୟୀ ସଙ୍ଘ । ବଳି ପରିସ୍ଥିତିରେ ଅଧା ଖଣ୍ଡିଆ ହୋଇ ବାଲିଯାତ୍ରା ଆରମ୍ଭ ହେବ ବୋଲି ଅଧିକାଂଶ ବ୍ୟବସାୟୀ ମତ ଦେଇଛନ୍ତି । ସେପଟେ ଦୋଳି ବ୍ୟବସାୟୀ ମାନେ ଗତକାଲିଠାରୁ ଦୋଳି କାମ ଆରମ୍ଭ କରିଛନ୍ତି । କିନ୍ତୁ ୧୦ ଦିନ ପୂର୍ବରୁ ବାଲିଯାତ୍ରା ଦୋଳି କାମ ଆରମ୍ଭ ହୋଇଥାଏ । ତେଣୁ ଦୋଳି କାମ ମଧ୍ୟ ବାଲିଯାତ୍ରା ଆରମ୍ଭ ବେଳକୁ ଠିକ୍ ଭାବେ ସରିଥିବ କି ନାହିଁ, ସେ ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.