ସଟଡାଉନରେ ଅମାନିଆ ଦୋକାନୀ, ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସିଲ୍‌ କଲା ପ୍ରଶାସନ

Published By : Prameya-News7 Bureau | July 03, 2021 IST

ବାଲିପାଟଣା, ୩ ।୭: ସଟଡାଉନରେ ଅମାନିଆ ଦୋକାନୀ । ବାଲିପାଟଣାରେ ସଟଡାଉନ୍ କଟକଣା ଅମାନ୍ୟ କରି ଦୋକାନ ଖୋଲିବା ମହଙ୍ଗା ପଡିଛି ଦୋକାନୀଙ୍କୁ । ବାଲିପାଟଣା ତହସିଲ୍ ପ୍ରଶାସନ ଚଢାଉ କରି ଅମାନିଆ ଦୋକାନୀଙ୍କ ଦୋକାନକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସିଲ୍‌ କରିଛି  । ଏହା ସହ ଏହି ଦୋକାନୀ ମାନଙ୍କ ଠାରୁ ଫାଇନ୍ ଆଦାୟ ହେବ ।

ବାଲିପାଟଣା ବଜାର, ବାଲିପାଟଣା ଛକ, ସରିପୁର ଛକରେ  ଏଭଳି ୬ ଗୋଟି ଦୋକାନରେ ତାଲା ଝୁଲାଇଛି ତହସିଲ୍ ପ୍ରଶାସନ । ବାଲିପାଟଣା ତହସିଲ୍ ପ୍ରଶାସନର ଏକ ଟିମ୍ ବାଲିପାଟଣାର ବିଭିନ୍ନ ଛକ ମାନଙ୍କରେ ଚଢାଉ କରିଥିଲେ । ତହସିଲଦାର ସୁନିତା ଜେନା, ଆଡିସିନାଲ୍‌ ତହସିଲଦାର ସ୍ନେହଲତା ଆଚାର୍ଯ୍ୟ ଏବଂ ଅନ୍ୟ ତହସିଲ୍ କର୍ମଚାରୀ ଏହି ଟିମ୍‌ରେ ସାମିଲ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.