ପୋଲିସ ବି ପଡିଲାନି ବାଦ୍, ସିଟ୍ ବେଲ୍ଟ ନବାନ୍ଧି ଗାଡି ଚଳାଉଥିବାରୁ ଫାଇନ୍ ଦେଲେ ପୋଲିସ କର୍ମଚାରୀ

Published By : Prameya-News7 Bureau | September 02, 2019 IST

ବାଲିପାଟଣା ୨।୯: ସାରା ଦେଶରେ ଗତକାଲିଠାରୁ ଲାଗୁ ହୋଇଛି ଏକକ ଟ୍ରାଫିକ୍ ବ୍ୟବସ୍ଥା । ନୂଆ ମୋଟର ଯାନ ଆଇନ-୨୦୧୯ ଅନୁସାରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ୧୦ ଗୁଣ ଅର୍ଥ ଫାଇନ୍ ଦେବାକୁ ପଡିବ। ତେବେ ଏହି ଆଇନକୁ ଅମାନ୍ୟ କରି ତଣ୍ଡ ଗଣିଛନ୍ତି ପୋଲିସ ବାବୁ । ଟ୍ରାଫିକ୍ ନିୟମକୁ କଡାକଡି କରାଯାଇଥିବା ବେଳେ ସିଟ୍ ବେଲ୍ଟ ନବାନ୍ଧି ଏକ ହଜାର ଟଙ୍କା ଫାଇନ୍ ଦେଲେ ବାଲିପାଟଣା ଥାନା ପୋଲିସ ଭ୍ୟାନ୍ ଡ୍ରାଇଭର ଲୋକନାଥ ମିଶ୍ର ।

ସୂଚନାଯୋଗ୍ୟ ଯେ, ରବିବାର ଦିନ ବାଲିପାଟଣା ଆଇଆଇସି ରାଧାକାନ୍ତ ସାହୁ ଅଫିସ କାମରେ ଓଡି୦୫-ବି-୯୯୯୧ ନମ୍ବର ବିଶିଷ୍ଟ ପୋଲିସ ଭ୍ୟାନ୍ ରେ ଭୁବନେଶ୍ଵର ଯାଇଥିଲେ । ମାତ୍ର ଭ୍ୟାନ୍ ଡ୍ରାଇଭର କିମ୍ବା ଆଇଆଇସି କେହି ବି ସିଟ୍ ବେଲ୍ଟ ବାନ୍ଧି ନଥିଲେ । ଯାହା ଗଣମାଧ୍ୟମ କ୍ୟାମେରାରେ କଏଦ ହୋଇଥିଲା । ନିୟମ ଉଲଘଂନ କରିଥିବାରୁ ଟ୍ରାଫିକ ପୋଲିସଙ୍କ ନିକଟରେ ଏକ ହଜାର ଟଙ୍କା ଫାଇନ୍ ଦେଇଛନ୍ତି ଭ୍ୟାନ୍ ଡ୍ରାଇଭର୍ ଲୋକନାଥ ମିଶ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.